Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ତାଣ୍ଡବ ରଚି ଚାଲିଛି ବାତ୍ୟା ଫ୍ରେଡୀ, ମଲାୱି, ମୋଜାମ୍ବିକରେ ଗଲାଣି ୬୦ ଜୀବନ

13/03/2023 at 10:33 PM

ନୂଆଦିଲ୍ଲୀ: ଆଫ୍ରିକାର ଦିକ୍ଷଣ ଭାଗରେ ଫ୍ରେଡୀ ବାତ୍ୟା ତାଣ୍ଡବ ରଚି ଚାଲିଛି । ଶନିବାର ଠାରୁ ବତ୍ୟା ଫ୍ରେଡୀ ମଲାୱି ଏବଂ ମୋଜାମ୍ବିକରେ ଅନେକ ଘର ନଷ୍ଟ ହୋଇଯାଇଛି । ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ଅନ୍ୟପଟେ ନଦୀ ଗୁଡିକ କୂଳ ଭାଙ୍ଗି ବନ୍ୟା ଆଣିଛି । ବାତ୍ୟାରେ ବର୍ତ୍ତମାନ ସୁଦ୍ଧା ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏଥିରୁ ମଲାୱିର ବ୍ୟବସାୟୀକ ପେଣ୍ଠସ୍ଥଳୀ ବ୍ଲଣ୍ଟାୟର ସହରରେ ୪୦ରୁ ଅଧିକ ମୃତ ହୋଇଛନ୍ତି, ଏଥିରେ ଅନେକ ଲୋକ ଆହତ ଏବଂ ନିଖୋଜ ମଧ୍ୟ ଅଛନ୍ତି ।

ଅନ୍ୟପଟେ ମୋଜାମ୍ବିକରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଂକା କରାଯାଉଛି । ପୋଲିସ ବର୍ତ୍ତମାନ ସୁଦ୍ଧା ସବୁ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରିପାରି ନାହିଁ । ପୋଲିସ ସୂଚନା ଅନୁସାରେ ମଲାୱି ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ଅଛନ୍ତି ।

ଫ୍ରେଡୀ ବାତ୍ୟା କେତେ ଭୟଙ୍କର ତାର ଅନୁମାନ ଏଥିରୁ କରାଯାଇ ପାରିବ ଯେ ଆମେରିକାରେ ଗୋଟିଏ ବର୍ଷର ବାତ୍ୟାରେ ଯେତେ ଶକ୍ତି ଥାଏ, ତାହାଠୁ ଅଧିକ ଭୟଙ୍କର ଥିଲା ଏହି ବାତ୍ୟା । ଫ୍ରେଡୀ ବାତ୍ୟା ଫେବ୍ରୁଆରୀରେ ଅଷ୍ଟ୍ରେଲିଆରୁ ଆରମ୍ଭ ହୋଇଥିଲା, ପରେ ଏହା ପୂରା ଦକ୍ଷିଣ ଭାରତ ମହାସାଗରକୁ ଆତିକ୍ରମ କରି ଏଠାରେ ପହଞ୍ଚିଛି । ଏହା ଆଜି ପର୍ଯ୍ୟନ୍ତର ସବୁଠୁ ଲମ୍ୱା ଟ୍ରପିକାଲ୍ ସାଇକ୍ଲୋନ୍ ଅଟେ । ଏହା ୧୯୯୪ ମସିହାରେ ୩୧ ଦିନ ଯାଏ ଚାଲିଥିବା ବାତ୍ୟା ଜନର ରେକର୍ଡ ଭାଙ୍ଗିଛି ।

   Related Posts