oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ପୁରୀ ଠାରୁ ୨୭୫ କି:ମି ଦୂରରେ ଫନି : ୫ ଲକ୍ଷ ୫୪ ହଜାର ଲୋକ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ, ରାତି ସୁଦ୍ଧା ହେବେ ଆହୁରି ୧୧ ଲକ୍ଷ

2/05/2019 at 7:38 PM

ଭୁବନେଶ୍ୱର ୨/୫ : ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଫନି ପୁରୀ ଠାରୁ ମାତ୍ର ୨୭୫ କି:ମି ଦୂରରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଘଣ୍ଟାକୁ ୧୭ କି:ମି ବେଗରେ ଫନି ପୁରୀ ମୁହାଁ ରହିଛି | ସକାଳ ୮ଟା ରୁ ୧୦ଟା ମଧ୍ୟରେ ଏହା ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବ | ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି ୨୦୦ କି:ମି ରହିବ | ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ଜିଲ୍ଲା ପ୍ରଶାସନ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାରେ ଲାଗିଛନ୍ତି |

ସନ୍ଧ୍ୟା ସୁଦ୍ଧା ୫ ଲକ୍ଷ ୧୬ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଥିବାବେଳେ ଆହୁରି ୧୧ ଲକ୍ଷରୁ ଅଧିକ ଲୋକଙ୍କୁ ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି |

ଗଂଜାମ ଜିଲ୍ଲାରେ ସର୍ବାଧିକ ୨ ଲକ୍ଷ ୮୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି | ସେହିଭଳି କେନ୍ଦ୍ରାପଡା ଜିଲ୍ଲାରେ ୨୬ ହଜାର, ଖୋର୍ଦ୍ଧା ଜିଲ୍ଲାରେ ୧୫ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି | ଉଦ୍ଧାରକାର୍ଯ୍ୟ ପାଇଁ କେନ୍ଦ୍ରରୁ ଆସିଥିବା ୨ଟି ହେଲିକେପ୍ଟରକୁ ରାଞ୍ଚି ଠାରେ ରଖାଯାଇଛି | ୨୮ଟି ଏନଡିଆରଏଫ ଟିମ ଉଦ୍ଧାରକାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ହୋଇ ରହିଛନ୍ତି |

ଫନି ବାତ୍ୟାରେ ରାଜ୍ୟର ୧୦ ହଜାର ଗାଁ ଏବଂ ୫୨ଟି ସହର ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି | ବାତ୍ୟା ବେଳେ ଘରୁ ପଦାକୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି | ୩୦ଟି ଯାକ ଜିଲ୍ଲା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି | ଆଜି ମଧ୍ୟ ରାତ୍ରିରୁ ଭୁବନେଶ୍ୱରକୁ ସମସ୍ତ ଉଡାଣ ରଦ୍ଦ କରାଯାଇଛି |

   Related Posts