ଅହମ୍ମଦାବାଦ: ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବିପରଯୋୟ ବିକଟାଳ ରୂପ ଧରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏହାର ପ୍ରଭାବ ଅନେକ ରାଜ୍ୟରେ ଦେଖିବାକୁ ମିଳିଛି। କେରଳ, କର୍ଣ୍ଣାଟକ ଏବଂ ଗୋଆ ଦେଇ ଏବେ ଗୁଜରାଟ ଏବଂ ମହାରାଷ୍ଟ୍ରରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଜୁନ ୧୫ରେ ବାତ୍ୟା ଗୁଜରାଟର କଚ୍ଛ ଉପକୂଳରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଇଛି। ସମୁଦ୍ର ଉପକୂଳିଆ ଅଞ୍ଚଳରୁ ଏ ପର୍ଯ୍ୟନ୍ତ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳ ବିଭାଗ ତରଫରୁ ୯୭ଟି ଟ୍ରେନ ବାତିଲ୍ କରାଯାଇଛି।
ବିପରଯୋୟର ମୁକାବିଲା ପାଇଁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏନଡିଆରଏଫର ୧୭ ଏବଂ ଏସଡିଆରଏଫର ୧୨ ଟିମ୍ ମୁତୟନ କରାଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେନା, ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀଙ୍କୁ ମଧ୍ୟ ଆଲର୍ଟ ମୋଡରେ ରଖାଯାଇଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଭୀଷଣ ରୂପ ଧରି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବିପରଯୋୟ ଗୁରୁବାର କଚ୍ଛ ଜିଲ୍ଲାର ଜଖାଉ ପତନ ନିକଟରେ ସ୍ଥଳଭାଗ ଛୁଇଁ ପାରେ। ଏହି ସମୟରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ପବନ ବହିପାରେ। କଚ୍ଛ, ପୋରବନ୍ଦର, ଦେବଭୂମି ଦ୍ଵାରିକା, ଜାମନଗର, ଜୁନାଗଡ଼ ଏବଂ ମୋରବିର ତଟବର୍ତ୍ତୀ ଜିଲ୍ଲାଗୁଡ଼ିକର ସମୁଦ୍ର ଉପକୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ, ବିପରଯୋୟ ଅପରାହ୍ନ ୩ଟା ସୁଦ୍ଧା ବାତ୍ୟା ଦେବଭୂମି ଦ୍ଵାରିକାଠୁ ୨୯୦ କିଲୋମିଟର, ପୋରବନ୍ଦରଠୁ ୩୨୦ କିଲୋମିଟର ଏବଂ ଜଖାଉ ପୋର୍ଟଠୁ ୩୨୦ କିଲୋମିଟର ଏବଂ ନଲିଆଠୁ ୩୩୦ କିଲୋମିଟର ଦୂରରେ ରହିଛି।
wp:html/wp:htmlCyclone Warning for Saurashtra and Kutch Coasts: Orange Message. VSCS BIPARJOY at 1130IST of today about 290km WSW of Devbhumi Dwarka, 320km WSW of Porbandar, 320km SW of Jakhau Port, 330km SW of Naliya. To cross near Jakhau Port (Gujarat) AROUND evening of 15th June as VSCS. pic.twitter.com/jKpCJw1g1b
— India Meteorological Department (@Indiametdept) June 13, 2023
ଅଧିକାରୀ କହିଛନ୍ତି, ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଭୀଷଣ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ସୌରାଷ୍ଟ୍ର-କଚ୍ଛ ସହିତ ଅନ୍ୟ ସ୍ଥାନରେ ଜୁନ ୧୫-୧୬ରେ ପ୍ରବଳ ବର୍ଷାର ଚେତାବନୀ ଜାରି କରାଯାଇଛି। ଜୁନ ୧୬ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। କଚ୍ଛ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସମସ୍ତ ସ୍କୁଲ ଏବଂ କଲେଜ ଜୁନ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଜୁନ ୧୪ ସକାଳେ ବାତ୍ୟା ବିପରଯୋୟ ଉତ୍ତର ଦିଗକୁ ବଢିବାର ପୂର୍ବାନୁମାନ କରାଯାଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରି ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବୈଠକ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟାର ଗତିବିଧି ଏବଂ ଏହାର ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଯାଇଥିଲା।
wp:heading {"level":4}