ମାଡି ଆସୁଛି ବାତ୍ୟା, ଅତିଶୀଘ୍ର ଛୁଇଁବ ସ୍ଥଳଭାଗ....

Published By : Prameya-News7 Bureau | July 27, 2021 IST

ଟୋକିଓ, ୨୭/୦୭: କରୋନା ମହାମାରୀ ଯୋଗୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ବିଳମ୍ବରେ ଆରମ୍ଭ ହୋଇଥିଲା । ଗତ ୨୩ ତାରିଖରେ ବିନା ଦର୍ଶକରେ କ୍ରୀଡ଼ାର ଉଦ୍‌ଘାଟନ ହେବା ପରେ ଇତିମଧ୍ୟରେ ତୃତୀୟ ଦିନର ଖେଳ ଶେଷ ହୋଇଛି । ଏବେ ଅଲିମ୍ପିକ୍ସ ପାଇଁ ମାଡ଼ି ଆସୁଛି ଆଉ ଏକ ବିପଦ । ବାତ୍ୟା ନେପାର୍ଟକ ମଙ୍ଗଳବାର ସକାଳେ ସ୍ଥଳ ଭାଗ ଛୁଇଁବ ବୋଲି ଜାପାନ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ବାତ୍ୟା ପୂର୍ବରୁ ରୋଇଂ, ସେଲିଂ ଓ ତୀରନ୍ଦାଜୀ ଭଳି କିଛି ଇଭେଣ୍ଟକୁ ସ୍ଥାନାନ୍ତର କରାଯାଇଛି ।

ଟୋକିଓ ଅଲିମ୍ପିକ୍ସର ମୁଖପାତ୍ର ମାସା ଟାକାୟାଙ୍କ ସୂଚନା ଅନୁସାରେ, ବାତ୍ୟା ଦ୍ୱାରା କ୍ରୀଡ଼ା ସେମିତି ବିଶେଷ ପ୍ରଭାବିତ ହେବ ନାହିଁ । ବିବ୍ରତ ହେବାର କିଛି କାରଣ ନାହିଁ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

କ୍ରୀଡ଼ାବିତମାନଙ୍କୁ ବାତ୍ୟା ସଂପର୍କରେ ସତର୍କ କରି ଦିଆଯାଇଛି ।’ ଯାହା ଆଶା କରାଯାଉଛି ବାତ୍ୟା ନେପାର୍ଟକ ଟୋକିଓ ଠାରୁ ବହୁ ଦୂରରେ ସ୍ଥଳ ଭାଗ ଛୁଇଁବ । ତେଣୁ କ୍ରୀଡ଼ା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । ବାତ୍ୟାର ପ୍ରଭାବରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେମିତି ସମୁଦ୍ରରେ ବଡ଼ ବଡ଼ ଢେଉ ମଧ୍ୟ ଆସିପାରେ ।ମଙ୍ଗଳବାର ଯେଉଁ ଇଭେଣ୍ଟ ଗୁଡ଼ିକ ପ୍ରଭାବିତ ହେବ ତାହା ବୁଧବାର ନଚେତ ଗୁରୁବାର ଆୟୋଜିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.