ବାତ୍ୟା ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ : ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ପହଁଚିଲେ ୩ ଓଡ୍ରାଫ ଟିମ୍

Published By : Prameya-News7 Bureau | September 26, 2021 IST

ମାଲକାନଗିରି, ୨୬।୦୯ : ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଲାଗି ମାଲକାନଗିରି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ସମସ୍ତ ୭ଟି ବ୍ଲକ ଓ ତହସିଲ କାର୍ଯ୍ୟାଳୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ବିଶେଷ କରି ବାତ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଲୋକଙ୍କୁ ତଳିଆ ସ୍ଥାନକୁ ଯିବା ଲାଗି ବାରଣ କରାଯାଇଛି । ନଈ କୁଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯାଉଛି । ବଣ୍ଡାଘାଟି ଓ ଗୋବିନ୍ଦପାଲି ଘାଟିରେ ଭୁ ଶ୍କୋଳନ ହେବାର ଆଶଙ୍କା ରହିଥିବାରି ଏହି ରାସ୍ତା ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି ।

ବାତ୍ୟାର ମୁକାବିଲା କରିବା ଲାଗି ମାଲକାନଗିରି ଜିଲ୍ଲାରେ ୬ଟି ଓଡ୍ରାଫ ଟିମ ସହ ଗୋଟିଏ ଏନ.ଡି.ଆର.ଏଫ ମୁତୟନ କରାଯାଇଛି । ଶନିବାର ରାତିସୁଦ୍ଧା ୩ଟି ଓଡ୍ରାଫ ଟିମ ମାଲକାନଗିରି ପହଞ୍ଚି ସାରିଥିବା ବେଳେ ଅନ୍ୟ ସମସ୍ତ ଟିମ ରବିବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିବ ବୋଲି ଜଣା ପଡିଛି । ବିଶେଷ କରି ପଡିଆ, ମାଥିଲି, କାଲିମେଳା ଓ ଚିତ୍ରକୋ ବ୍ଲକ ଉପରେ ଜିଲ୍ଲା ପ୍ରଶାସନ ଅଧିକା ଫୋକସ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.