ଆସୁଛି ବାତ୍ୟା 'ଅର୍ଣ୍ଣବ' ! ଏହି ରାଜ୍ୟ ପ୍ରତି ରହିପାରେ ବଡ ବିପଦ

Published By : Prameya-News7 Bureau | December 07, 2020 IST

ଚେନ୍ନାଇ,୦୭/୧୨: ଆସୁଛି ଆଉ ଏକ ବାତ୍ୟା । ବଙ୍ଗୋପସାଗରେ ଏହା ଦାନା ବାନ୍ଧୁଥିବା କୁହାଯାଉଛି । ନିକଟରେ ସାମୁଦ୍ରିକ ବାତ୍ୟା ‘ନିବାର’ ଓ ‘ବୁରେଭି’ର ସାମ୍‌ନା କରିଥିବା ତାମିଲନାଡୁକୁ ଆଉ ଏକ ବାତ୍ୟା ଆସୁଛି । ଯାହାର ନାମ ‘ଅର୍ଣ୍ଣବ’ ବୋଲି ଶୁଣିବାକୁ ମିଳୁଛି ।

ତେବେ ଏହି ଖବରର ସତ୍ୟାସତ୍ୟ କେତେ ତାହା ଜଣାପଡି ନାହିଁ । ସୋସିଆଲ ମିଡିଆରେ କିନ୍ତୁ ଏଭଳି ଖବର ଖୁବ ଭାଇରାଲ ହେବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ପକ୍ଷରୁ ବାତ୍ୟାର ନାମ ତାଲିକା ଜାରି କରାଯାଇଛି ।

ପୂର୍ବରୁ ଫନି, ବାୟୁ, ବୁଲବୁଲ୍‌, ହିକା, ଅମ୍ପନ, ନିସର୍ଗ, ନିବାର ଓ ବୁରେଭି ବାତ୍ୟା ଆସିସାରିଥିଲା ବେଳେ ଏବେ ଆସୁଛି ଅର୍ଣ୍ଣବ । ଏହାର ନାମ ବାଂଲାଦେଶରୁ ଆସିଛି । ବୁରେଭିର ନାମ ମାଳଦ୍ୱୀପରୁ ଆସିଥିଲା । ଏହି ବାତ୍ୟା ଫଳରେ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଇତିମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶୁତୋଷ ଅଗ୍ନିହୋତ୍ରୀଙ୍କ ନେତୃତ୍ୱରେ ଏକ ୪ ଜଣିଆ କେନ୍ଦ୍ରୀୟ ଟିମ୍‌ ରାଜ୍ୟରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ କରିବାକୁ ଆସିଥିବା ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.