ବାଇକ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ, ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା

Published By : Prameya-News7 Bureau | November 25, 2023 IST

ବୌଦ୍ଧ: ବାଇକ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ। ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ। ଘଟଣା ଘଟିଛି ଆଡେନିଗଡ ଫାଣ୍ଡି ଅନ୍ତର୍ଗତ ବାରିଙ୍ଗ ଛକରେ। ଏଠାରେ ଏକ ବାଇକ ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି। ତେବେ ଖବର ପାଇ ଘଟଣାସ୍ଥଳରେ ପୁରୁଣାକଟକ ଥାନା ଓ ଆଡେନିଗଡ ଫାଣ୍ଡି ପୋଲିସ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।

ସୂଚନା ଅନୁଯାୟୀ, ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ବାରିଙ୍ଗ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ବୌଦ୍ଧରୁ ଦଶପଲା ଆଡ଼କୁ ଯାଉଥିବା OD 15 T 2015 ନମ୍ବର ବିଶିଷ୍ଟ ଏକ ବାଇକ ସାମ୍‌ନାରେ ଆସୁଥିବା ଜଣେ ସାଇକେଲକୁ ଧକ୍‌କା ଦେଇଥିଲା। ଏହି ଦୁର୍ଘଟଣାରେ ସାଇକେଲ ଚାଳକ ଦ୍ରୋଣ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ କ୍ଷତିପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ରୁଙ୍ଗଟା କାରଖାନାରେ ଦୁର୍ଘଟଣା : ଚିମିନିର ୫୦ଫୁଟ ଉପରୁ ପଡି ଶ୍ରମିକ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.