ସାଲେପୁର ଛକ ନିକଟରେ ବସ ଧକ୍କାରେ ସାଇକେଲ ଆରେହୀ ଗୁରୁତର
15/10/2018 at 11:59 AM

ସାଲେପୁର ୧୫/୧୦ : ଘଟଣା ଘଟିଛି କଟକ ସାଲେପୁର ରାସ୍ତାର ସପନପୁର ଛକ ନିକଟରେ ବସ ଧକ୍କାରେ ଜଣେ ସାଇକେଲ ଆରେହୀ ଗୁରୁତର ହୋଇଛନ୍ତି । ଆଜି ସକାଳୁ ପପୁ ନାମକ ବସଟି କେନ୍ଦ୍ରାପଡାରୁ କଟକ ଜାଉଥିବା ସମୟରେ ସାମ୍ନାରୁ ଆସୁଥିବା ସାଇକେଲ ଆରୋହୀକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସାଇକେଲ ଆରୋହୀ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଛି । ସ୍ଥାନୀୟ ଲୋକେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରୁ ବସ ଡାଇଭର ଫୋରାର ହୋଇଯାଇଛି । ପୋଲିସ ପହଁଚି ତଦନ୍ତ ଚଳାଇଛି ।
Related Posts
କୋରାପୁଟରେ ଚାଞ୍ଚଲ୍ୟ, ଗଳା କାଟି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
6 February 2023