ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସାଇକେଲରେ ଚାରିଧାମ ଯାତ୍ରା, ୬ ମାସ ପରେ ପୁରୀରେ ପହଞ୍ଚିଲେ ସତ୍ୟବ୍ରତ

11/10/2022 at 2:15 PM

ପୁରୀ ୧୧।୧୦ : ସାଇକେଲରେ ଚାରିଧାମ ଯାତ୍ରା । କଟକ ଫୁଲନଖରା ଅଞ୍ଚଳର ଯୁବକ ସତ୍ୟବ୍ରତ ଦାସ ସାଇକେଲ ଯୋଗେ ଚାରିଧାମ ଯାତ୍ରା କରି ଆଜି ଆସି ପୁରୀରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ସତ୍ୟବ୍ରତ ପହଞ୍ଚିବା ପରେ ତାଙ୍କୁ ଆଟା ପକ୍ଷରୁ ପୁଷ୍ପଗୁଚ୍ଛ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଫଟୋଚିତ୍ର ଦିଆଯାଇ ସ୍ବାଗତ କରାଯାଇଥିଲା ।

ଖବର ଅନୁଯାୟୀ, ସେଭ୍ ଦ ଟ୍ରି, ସେଭ୍ ଦ ଆର୍ଥ ବାର୍ତ୍ତା ନେଇ ଗତ ଏପ୍ରିଲ୍ ୫ ତାରିଖରେ ସତ୍ୟବ୍ରତ ଏହି ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୬ ମାସର ଏହି ଯାତ୍ରାରେ ସତ୍ୟବ୍ରତ ୧୩ ହଜାର ୫ଶହ କିଲୋମିଟର ଯାତ୍ରା କରିବା ସହ ପ୍ରଥମେ ରାମେଶ୍ବରମ୍, ଦ୍ବାରିକା, ବଦ୍ରିନାଥ ଧାମ ପରେ ଆଜି ଆସି ପୁରୀରେ ପହଞ୍ଚିଛନ୍ତି। ତେବେ ସାଇକେଲ୍ ଚଳାଇବା ଦ୍ବାରା କିଭଳି ଆମେ ଫିଟ୍ ରହିବା ଏବଂ ପ୍ରତି ସମୟରେ ଗଛ ଲଗାଇବା ତାଙ୍କର ମୂଳ ଲକ୍ଷ୍ୟ ଥିଲା ବୋଲି କହିଛନ୍ତି ସତ୍ୟବ୍ରତ। 

   Related Posts