ସାଇକେଲ୍‌ ଅଙ୍କଲ, ଗୀତ ଗାଇ ଜିତୁଛନ୍ତି ମନ

Published By : Prameya-News7 Bureau | July 03, 2023 IST

ନୂଆଦିଲ୍ଲୀ ୦୩/୦୭; ‘କଚ୍ଚା ବାଦାମ’ ଅଙ୍କଲଙ୍କ ପରେ ସୋସିଆଲ ମିଡିଆରେ ଜଣେ ସାଇକେଲ ଅଙ୍କଲଙ୍କୁ ନେଇ ଚର୍ଚ୍ଚା ହେଉଛି। ମନ୍ଦିର ସାମ୍ନାରେ ଓ ରାସ୍ତାରେ ସାଇକେଲ ଧରି  ଯାଉଥିବା ବେଳେ ସେ ଭଜନ ଗାଇଥାଆନ୍ତି। ଅଙ୍କଲର ଭଜନର ଗାଇବାର ଶୈଳୀ ଏବଂ ସ୍ବର ଶୁଣିବା ପରେ ଲୋକେ ଖୁସି ହୋଇଯାଇଛନ୍ତି। ପବନ ମିଣା ନାମକ ଜଣେ ବ୍ୟକ୍ତି ତାଙ୍କର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଭାଇରାଲ ହୋଇଥିବା ସାଇକେଲ ଅଙ୍କଲଙ୍କ ନାମ ହେଉଛି ମୁକେଶ କୁମାର ନାୟକ। ମୁକେଶ ଜୟପୁରରେ ବସବାସ କରୁଥିବା ବେଳେ ବୟସ ୫୦ବର୍ଷ ହେବ। ମୁକେଶ କୌଣସି କଣ୍ଠଶିଳ୍ପୀ ନୁହନ୍ତି କି ଗୀତ ଗାଇବା ପାଇଁ ସେ କୌଣସି ପ୍ରଶିକ୍ଷଣ ନେଇ ନାହାନ୍ତି। ମୁକେଶ ସିକ୍ୟୁରଟି ଗାର୍ଡ ଭାବେ କାମ କରି ପରିବାର ପୋଷୁଥିବା ବେଳେ ବାକି ସମୟରେ ବଡ଼ବଡ଼ ବଙ୍ଗଳା ସଫା କରିଥାଆନ୍ତି। ଏଥିପାଇଁ ବଙ୍ଗଳା ମାଲିକ ମୁକେଶଙ୍କୁ କିଛି ପାରିଶ୍ରମିକ ବି ଦେଇଥାଆନ୍ତି।

{"id":811971,"sizeSlug":"full","linkDestination":"none"}

ଭିଡିଓ ଭାଇରାଲ ହେବାପରେ ମୁକେଶ କହିଛନ୍ତି, ‘ଲୋକେ ମୋ ସ୍ବରକୁ ଏତେ ପସନ୍ଦ କରିବେ ମୁଁ ଜାଣି ନଥିଲି। ପ୍ରତିଦିନ ଭଗବାନଙ୍କ ଦ୍ବାରରେ ୨ଘଣ୍ଟା ବିତାଇବା ପରେ ମୁଁ ସାଇକେଲ ଧରି ବାହାରି ଯାଇଥାଏ। ଆଉ ମୋର କର୍ମସ୍ଥଳୀ ପର୍ଯ୍ୟନ୍ତ ପହଞ୍ଚିବା ବାଟ ଯାଏଁ ମୁଁ ଭଜନ ଗାଇଗାଇ ଯାଇଥାଏ। ଲୋକେ ମୋତେ ପାଗଳ ଭାବି ଥାଆନ୍ତି କିନ୍ତୁ ମୋତେ ଏସବୁ କିଛି ଫରକ ପଡେ ନାହିଁ। ପିଲାଟି ବେଳରୁ ଭଜନ ଗାଇବା ପ୍ରତି ମୋର ରୁଚି ଥିଲା। ଏମିତି କୌଣସି ଦିନ ନାହିଁ ‌ଯେଉଁଦିନ ମୁଁ ଭଜନ ଗାଇ ନାହିଁ। ଦେହ ଭଲ ଥିଲେ ବି ଭଜନ ଗାଏ, ନଥିଲେ ବି ଗାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.