ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେଲା ଅଜଣା ଗାଡି, ଘଟଣାସ୍ଥଳରେ ଚାଲିଗଲା ଜୀବନ

Published By : Prameya-News7 Bureau | June 11, 2022 IST

ଚଣ୍ଡିଖୋଲ ୧୧।୬: ଅଜଣା ଗାଡି ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ଦାଳ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ବନ୍ଦାଳ ଗାଁର ବିଜୟ କୁମାର ମହାନ୍ତି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବନ୍ଦାଳ ଗାଁର ବିଜୟ କୁମାର ମହାନ୍ତି ନିଜ ଗାଁରୁ ଛତିଆକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ସେହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ବନ୍ଦାଳ ଛକ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ସାଇକେଲ୍ ଆରୋହୀ ବିଜୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବଡଚଣା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.