ସଡ଼କ ଦୁର୍ଘଟଣାରେ ସାଇକେଲ୍ ଚାଳକ ମୃତ
27/12/2022 at 4:57 PM

ନୀଳଗିରି ୨୭/୧୨: ସାଇକେଲ ଚାଳକଙ୍କ ଉପରେ ଚଢ଼ିଗଲା ମାଟି ବୋଝେଇ ଟ୍ରକ। ଘଟଣାସ୍ଥଳରେ ସାଇକେଲ ଆରୋହି ମୃତ। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି କଦମ୍ବସାହିରେ ଘଟିଛି। ମୃତକଙ୍କ ପରିଚୟ ସନାତନ ରାଉତ। ସେ ଘାଟଘରସାହିର ବାସିନ୍ଦା।
ଏକ ମାଟି ବୋଝେଇ ଟ୍ରକ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯିବାରୁ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଟ୍ରକଟି ସେଠାରୁ ଫେରାର ହୋଇଯାଇଛି। ନୀଳଗିରି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇବା ସହ ତଦନ୍ତ ଜାରିରଖିଛି।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023