vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ସାଇକେଲରେ ବୁହା ହେଲା ମୃତଦେହ: କରୋନା ଭୟରେ ମିଳିଲାନି ୪ କାନ୍ଧ

30/08/2020 at 9:57 PM

ବଲାଙ୍ଗୀର୩୦/୮:  କରୋନା ଭୟରେ ମିଳିଲାନି ଚାରି କାନ୍ଧ। ଶେଷରେ ସାଇକେଲରେ ବୁହା ହେଲା ମୃତଦେହ। ଘର ଛାଡ଼ି ଚାଲି ଆସିଥିବା ବୁଢା ବାପାର ମୃତଦେହକୁ ସାଇକେଲରେ ବୋହି  ନେଲା ପୁଅ। ବଲାଙ୍ଗୀର ଲୋଇସିଙ୍ଘା ବ୍ଲକ କୁସ୍ମେଲ ପଞ୍ଚାୟତ ଲଙ୍କାବାହାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ୭୦ ବର୍ଷୀୟ ଅକ୍ଷୟ ପାତ୍ର, ତାଙ୍କ ନିଜ ଘର ଲୋଇସିଂଘା ବ୍ଲକ ବଡ଼ଟିକା ଗାଁରେ। ସେ ନିଜେ ଘର ଛାଡ଼ି ଲଙ୍କବାହାଲ ଗାଁରେ ଗୋଟିଏ ଝୁମ୍ପୁଡି ଘରେ ରହୁଥିଲେ। ରବିବାର ତାଙ୍କ ମୃତ୍ୟୁ ହୋଇଛି। ଏ ନେଇ ସ୍ଥାନୀୟ ଯୁବକ ସଂଘ ଦାହ ପାଇଁ  ସହଯୋଗ ପାଇଁ ଆଗକୁ ଆସିଥିଲେ। ହେଲେ କରୋନା ଭୟରେ ସେମାନଙ୍କୁ ଶବ ସତ୍କାରରେ ସାମିଲ ନ ହେବା ପାଇଁ କୁହାଯାଇଥିଲା। ଶେଷରେ ବାଧ୍ୟ ହୋଇ ପୁଅ ଭୂଜ ପାତ୍ର ଗୋଟେ ଜରି ବସ୍ତାରେ ବାପାର ମୃତଦେହକୁ ଧରି ମଶାଣିରେ ପହଁଞ୍ଚିଥିଲେ। ସେଠାରେ ନିଜ ବାପାଙ୍କ ଶବ ସତ୍କାର ନିଜେ କରିଥିଲେ। ଯାହାର ଭିଡିଓ ଏବେ ସୋସିିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।

   Related Posts