ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲ ଯାତ୍ରା, ରାଷ୍ଟ୍ରପତିଙ୍କୁ ଭେଟିବା ଲକ୍ଷ୍ୟ ରଖିଛନ୍ତି ଭଦ୍ରକ ଯୁବକ

Published By : Prameya-News7 Bureau | August 08, 2022 IST

ଭଦ୍ରକ ୮।୮: ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲ ଯାତ୍ରା । ଭଦ୍ରକ ଜିଲ୍ଲାରୁ ଦିଲ୍ଲୀ ପର୍ଯ୍ୟନ୍ତ ସାଇକେଲରେ ଯିବା ସହ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିବା ଲକ୍ଷ୍ୟ ନେଇ ଯୁବକ ବାହାରିଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଉତ୍ତରବାହିନୀ ଅଞ୍ଚଳର ସଞ୍ଜୟ କୁମାର ଜେନା ।  ପରିବେଶ ସୁରକ୍ଷା ସହ ସଚେତନତା ବାର୍ତ୍ତା ନେଇ ଏହି ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି । ଦିନକୁ ଦିନ ପରିବେଶ ପ୍ରଦୂଷିତ ହେଉଛି । ଗଛ ଲଗାଇବା ପରିବର୍ତ୍ତେ ଗଛ କଟାଯାଉଛି ।

{"id":667968,"width":840,"height":462,"sizeSlug":"full","linkDestination":"none"}

ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନତା କରିବା ଉଦ୍ଦେଶ୍ୟ ନେଇ ସଞ୍ଜୟ ପ୍ରୟାସ ଆରମ୍ଭ କରିଛନ୍ତି । ଏହା ଛଡା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପରିବେଶ ସୁରକ୍ଷା ନେଇ ଏକ ଦାବିପତ୍ର ଦେବା ସହ ଅଭିନନ୍ଦନ ଜଣାଇବା ପାଇଁ ସଞ୍ଜୟ ରାଷ୍ଟ୍ରପତି ଭବନ ଯିବେ ବୋଲି କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.