ସାଇକେଲ୍‌ ଚାରକୁ ଧରି ପିଟିଥିଲେ ଲୋକେ, ପ୍ରତିଶୋଧ ପାଇଁ ବଜାରରେ ଗୋଡ଼ାଇ ଗୋଡ଼ାଇ ହାଣିଲା ଚୋରର ଭାଇ

Published By : Prameya-News7 Bureau | December 28, 2021 IST

ସରୋ, ୨୮/୧୨: ସାଇକେଲ୍‌ ଚୋରୀକୁ ନେଇ ତୁମୁଳକାଣ୍ଡ । ବଜାରରେ ଗୋଡ଼ାଇ ଗୋଡ଼ାଇ ତେଲେଙ୍ଗା କଟୁରୀରେ ହଣିବା ଫଳରେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡ଼ିଛି l ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ବଜ଼ାରରେ ଗତକାଲି ଜଣଙ୍କର ସାଇକେଲ ଚୋରି  ହୋଇଯାଇଥିଲା l ସ୍ଥାନୀୟ ଲୋକ ସାଇକେଲ ଚୋରକୁ ଧରି ଉତ୍ତମ ମଧ୍ୟମ ଦେଇଥିଲେ l ଚୋରି କରିଥିବା ସ୍ୱୀକାର କରିବା ସହିତ ସାଇକେଲଟିକୁ ବନ୍ଧକ ରଖିଥିବା କହିଥିଲା ଚୋର l ପରେ ସ୍ଥାନୀୟ ଲୋକ ସାଇକେଲ ଚୋରକୁ ଛାଡି ଦେଇଥିଲେ l

ଆଜି ସାଇକେଲ ଚୋରି କରିଥିବା ଯୁବକର ଭାଇ ଓ ତାର ସାଙ୍ଗମlନେ ଆସି ଖନ୍ତାପଡ଼ା ବଜାରରେ ଖନ୍ତାପଡ଼ା ବଜାରର ଅନୁ ମହାନ୍ତି ଓ ବେଗୁନିଆ ଗ୍ରାମର ଘୁଁଟିଆ ପାନ ଦୋକାନୀକୁ ତେଲେଙ୍ଗା କଟୁରୀରେ ହାଣିଥିଲେ l ଖନ୍ତାପଡ଼ା ଥାନାରେ ଏନେଇ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗ ପାଇ ତଦନ୍ତ କରୁଥିବା ବେଳେ ଅପରାଧି ମାନେ ଫେରାର ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.