ସାଇକେଲ ଆରୋହୀକୁ ଧକ୍କା ଦେଇ ଓଲଟିଲା କାର
14/10/2018 at 5:58 PM

କେନ୍ଦ୍ରାପଡ଼ା ୧୪/୧୦: ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥର ମରୈଗାଁ ଛକଠାରେ ଜଣେ ସାଇକେଲ ଆରୋହୀକୁ ଧକ୍କାଦେଇ ଏକ କାର ଓଲଟି ପଡିଛି । ର୍ଦୁଘଟଣାରେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବାବେଳେ କାର୍ ମଧ୍ୟରେ ଥିବା ଗୋଟିଏ ପରିବାରର ୬ଜଣ ସଦସ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତ ଓ ଗୁରୁତରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହାଟଡିହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଭର୍ତ୍ତି କରାଯାଇଛି। ତେବେ ସାଇକେଲ ଆରୋହୀ ଜଣକ ଗୁରୁତର ଥିବାରୁ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
କେନ୍ଦୁଝର ଜିଲ୍ଳା ଢେଙ୍କିକୋଟ ଗାଁର ରଣଜିତ୍ ଦାସ ଆଜି ନିଜ କାର ଯୋଗେ 4ପିଲା ଓ ପତ୍ନୀଙ୍କ ସହ ଭଦ୍ରକ ଜିଲ୍ଳା ବଣିଜଙ୍ଗାରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ମରୈଗାଁ ଛକଠାରେ ଅନ୍ୟମନସ୍କ ଭାବେ ହଠାତ୍ ଜଣେ ସାଇକେଲ ଆରୋହୀ ରାସ୍ତା ଉପରକୁ ମାଡି ଆସିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।