ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ସାଇବର ଠକଙ୍କ ଟାର୍ଗଟରେ ଏନଆଇଓଏସ ବ୍ୟାଙ୍କ ଆକାଉଣ୍ଟ; ନକଲି ଇମେଲ ଆଇଡି ଦ୍ୱାରା ଲୁଟିନେଲେ ୬୦ ଲକ୍ଷ ଟଙ୍କା  

6/06/2022 at 5:08 PM

ନୋଏଡ଼ା ୦୬/୦୬ : ନୋଏଡ଼ାରେ ସାଇବର ଠକମାନେ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ(ଏନଆଇଓଏସ) ଶିକ୍ଷା ସଂସ୍ଥାନର ୬୦ ଲକ୍ଷ ଟଙ୍କା ନେଇ ଯାଇଛନ୍ତି। ସେମାନେ ଏନଆଇଓଏସର ଇମେଲ ଆଇଡିକୁ ବ୍ୟବହାର କରି ଏପରି କାଣ୍ଡ ଭିଆଇଛନ୍ତି। ପୋଲିସ ଏନେଇ ମାମଲା ରୁଜୁ କରି ଠକମାନଙ୍କୁ ଧରିବାକୁ ଚେଷ୍ଠା କରୁଛି।

ନୋଏଡ଼ାର ସେକ୍ଟର-୫୮ ର ଥାନା ଅଧିକାରୀ ବିନୋଦ କୁମାର କହିଛନ୍ତି ନୋଏଡ଼ା ସେକ୍ଟର ୬୨ରେ ଏନଆଇଓଏସର କାର୍ଯ୍ୟାଳୟ ରହିଛି। ଏହାର ସଚିବ ପ୍ରଦୀପ କୁମାର ମୋହନ୍ତି ଅଭିଯୋଗ କରିଛନ୍ତିଯେ ଅଜଣା ସାଇବର ଠକମାନେ ତାଙ୍କ ସଂସ୍ଥାନର ବ୍ୟାଙ୍କ ଖାତାରୁ ୬୦ ଲକ୍ଷ ଟଙ୍କା ଉଠାଇ ନେଇଛନ୍ତି।

ଏନଆଇଓଏସ ପରିଚାଳନା ବୋର୍ଡକୁ ଏପ୍ରିଲ ଏପ୍ରିଲ ୨୯ରେ ଏହି ବିଷୟରେ ସୂଚନା ମିଳିଥିଲା। ପରେ ଏନଆଇଓଏସ ପକ୍ଷରୁ ନ୍ୟାସନାଲ ସାଇବର କ୍ରାଇମ ପୋର୍ଟାଲରେ ଇ-ଏତଲା ଦିଆ ଯାଇଥିଲା। କିନ୍ତୁ ଏହି ଏତଲା ଖାରଜ ହେବା ପରେ ସେକ୍ଟର-୫୮ରେ ଥିବା ଥାନାରେ ଅଭିଯୋଗ କରା ଯାଇଥିଲା।

ଠକମାନେ ସଂସ୍ଥାନର ଇମେଲ ଆଇଡି ସହିତ ମିଶୁଥିବା ଭଳି ଏକ ସମାନ ଇମେଲ ଆଇଡି ଖୋଲି ସଂସ୍ଥାନ ସମ୍ପର୍କୀୟ ବ୍ୟାଙ୍କକୁ  ଇମେଲ ପଠାଇଥିଲେ ଓ ୬୦ ଲକ୍ଷ ଟଙ୍କା ଉଠାଇ ନେଇଥିଲେ। କହିଛନ୍ତିଯେ ଏହି ଘଟଣାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ସେକ୍ଟର୫୮ ଥାନା ଅଧିକାରୀ କହିଛନ୍ତିଯେ ଠକମାନେ ସଂସ୍ଥାନର ବ୍ୟାଙ୍କ ଖାତାରୁ ୬୦ ଲକ୍ଷ ଟଙ୍କା ଉଠାଇବା ପରେ ପୁଣି ୨୦ ଲକ୍ଷ ଟଙ୍କା ଇଠାଇବା ପାଇଁ ଚେଷ୍ଠା କରୁଥିଲେ ବୋଲି ତଦନ୍ତରୁ ଜଣା ପଡ଼ିଛି।       

   Related Posts