ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ସାବଧାନ: ପୁରୀରେ ମାତିଛନ୍ତି ସାଇବର ଲୁଟେରା, ରୁମ୍‌ ବୁକିଙ୍ଗ୍‌ ନାଁରେ ଠକେଇ ଅଭିଯୋଗ

24/11/2022 at 11:46 PM

ପୁରୀ ୨୪/୧୧: ପୁଣି ମାତିଲେ ସାଇବର ଠକ। ରୁମ୍ ବୁକିଙ୍ଗ ନାଁ ରେ ଭକ୍ତଙ୍କୁ ଠକେଇ ଅଭିଯୋଗ। ସାଇବର ଲୁଟେରାଙ୍କ ଟାର୍ଗେଟରେ ପୁରୀ ବଡ଼ଦାଣ୍ଡରେ ଥିବା ଶ୍ରୀମନ୍ଦିର ପ୍ରଶାସନର ନିଳାଚଳ ଭକ୍ତ ଓ ଯାତ୍ରୀ ନିବାସ। ନକଲି ଆଇଡି କରି ପ୍ରମୋଦ ସାହା ନାମକ ଜଣେ ବ୍ୟକ୍ତି ଏହି ଅନଲାଇନ ଠକେଇ କରିଥିବା ଅଭିଯୋଗ ହୋଇଛି।

ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ସାଇବର ଥାନାରେ ଅଭିଯୋଗ ହୋଇଛି। ଗୋ ଡାଡି ସାଇଟରେ ନିଳାଚଳ ଭକ୍ତ ନିବାସ ୮୯ ନାମକ ଏକ ଫେକ୍ ଆଇଡି ଖୋଲା ଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ଥିବା ଅଫିସିଆଲ୍ ୱବ୍ ସାଇଡ୍ www.shreejagannath.in କୁ ଯାଇ ଭକ୍ତମାନେ ସମସ୍ତ ଯାତ୍ରୀ ନିବାସରେ ଅନଲାଇନ ମାଧ୍ୟମରେ ରୁମ୍ ବୁକ୍ କରିପାରିବେ। ଏଥିରେ ସମସ୍ତ ଯାତ୍ରୀ ନିବାସର ଫୋନ ନମ୍ବର, ମ୍ୟାନେଜରଙ୍କ ଫୋନ୍ ନମ୍ବର ମଧ୍ୟ ଉପଲବ୍ଧ ଅଛି।

ତେଣୁ ଅଲଗା ସାଇଡକୁ ଯାଇ ରୁମ୍ ବୁକ୍ କରିବାର କୈାଣସି ଆବଶ୍ୟକତା ନଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ତେବେ ରୁମ୍ ବୁକ୍ ନାଁ ଅନଲାଇନ ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ରଖିଛି। 

   Related Posts