ରାଜଧାନୀରେ ପୁଣି ସିମ୍ କଲ୍ ସେଣ୍ଟର ଠାବ, ୫ଜଣ ଥାନାରେ ଅଟକ

Published By : Prameya-News7 Bureau | October 16, 2024 IST

ଭୁବନେଶ୍ୱର ୧୬।୧୦ : ରାଜଧାନୀରୁ ପୁଣି ସିମ୍‌ କଲ୍‌ ସେଣ୍ଟର ଠାବ । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଡ଼ା କାଞ୍ଚନ ଆପାର୍ଟମେଣ୍ଟର A-205 ବ୍ଲକରୁ ଠାବ ହୋଇଛି କଲ୍‌ ସେଣ୍ଟର । ଏହାସହିତ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । 

ଖବର ଅନୁଯାୟୀ, ସୁନ୍ଦରପଦା କାଞ୍ଚନ ଆପାର୍ଟମେଣ୍ଟର A-205 ବ୍ଲକରେ ଦୀର୍ଘ ଦିନ ଚାଲିଥିଲା କଲ୍‌ ସେଣ୍ଟର । କୌଣସି ସୁତ୍ରରୁ ଖବର ପାଇଁ କାଞ୍ଚନ ଆପାର୍ଟମେଣ୍ଟରେ ସାଇବର ଏବଂ ଏୟାରଫିଲ୍ଡ ଥାନା ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଥିବା ବେଳେ ୫ ଜଣଙ୍କ ଅଟକ ରଖିଛି ପୋଲିସ । ଅଟକ ସମସ୍ତ ବ୍ୟକ୍ତିଙ୍କୁ ଜେରା ଚାଲିଛି । ଏହି ରାକେଟ୍‌ରେ କିଏ କିଏ ସାମିଲ ଅଛନ୍ତି, ଆଉ କେତେ ଦିନ ଧରି ଏଠାରେ ଚାଲିଥିଲା । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ସାଇବର ଥାନା ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.