ନିଯୁକ୍ତି ନାଁରେ ଠକେଇ ଅଭିଯୋଗ, ଜଣଙ୍କୁ ଗିରଫ କଲା ସାଇବର ପୋଲିସ

Published By : Prameya-News7 Bureau | November 11, 2023 IST

କଟକ ୧୧।୧୧: ନିଯୁକ୍ତି ନାଁରେ ଠକେଇ ଅଭିଯୋଗ । ଜଣେ ବ୍ୟକ୍ତିଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ । ସନ୍ତୋଷ ମହାନ୍ତି ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ନିଜକୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପର୍କୀୟ କହି ଇଣ୍ଡିଆନ ଅଏଲ କର୍ପୋରେସନ ଓ ଭାରତୀୟ ରେଳବାଇ ଆଦି ବିଭାଗରେ ଚାକିରି ଦେବାକୁ ଠକୁଥିଲା ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଚାକିରି ଦେବାକୁ କହି ୫୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକିଥିବା ଜଣାପଡିଛି ।

ଚାକିରି ଆଶାୟୀଙ୍କୁ ରେଳବାଇ ବିଭାଗର ଜାଲ ଚୟନ ତାଲିକା ପ୍ରଦାନ କରି ଖୁବ୍‌ଶୀଘ୍ର ନିଯୁକ୍ତିପତ୍ର ମିଳିବ ବୋଲି ପ୍ରତିଶ୍ରୁତି ଦେଇ, ଆଉ ଫୋନ ଉଠାଇ ନଥିଲା ଅଭିଯୁକ୍ତ । ମନ୍ତ୍ରୀ, ପ୍ରତିରକ୍ଷା ଅଧିକାରୀଙ୍କ ସମ୍ପର୍କୀୟ କହି ଠକୁଥିଲା ଅଭିଯୁକ୍ତ । ଗିରଫ ଅଭିଯୁକ୍ତଠାରୁ ଏକ ଲାପଟପ୍, ୮ଟି ଫୋନ, ୧୩ଟି ସିମ୍ କାର୍ଡ, ଏକ ହାର୍ଡ ଡିସ୍କ, ଦୁଇଟି ପେନ୍ ଡ୍ରାଇଭ, ୫ଟି ପାସବୁକ, ୫ଟି ଚେକ୍‌ ବୁକ୍, ୧୮ଟି ଡେବିଟ୍ କାର୍ଡ, ଦୁଇଟି ପ୍ୟାନ୍ କାର୍ଡ, ଭାରତୀୟ ବାୟୁସେନାର ଏକ ବ୍ୟାଚ୍, ଦୁଇଟି ଭିଜିଲାନ୍ସ ଏବଂ ଡିଆରଡିଓର ନକଲି ସାର୍ଟିଫିକେଟ ଜବତ କରିଛି ସାଇବର ଥାନା ପୋଲିସ । କଟକ ଡିସିପି ପିନାକ ମିଶ୍ର ଏହି ସୂଚନା ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/former-koraput-mp-jayaram-pangi-will-join-congress/","type":"wp-embed","providerNameSlug":"prameya-news-7"}
https://www.prameyanews7.com/former-koraput-mp-jayaram-pangi-will-join-congress/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.