ପୂର୍ବତନ ଉପରାଜ୍ୟପାଳଙ୍କ ଆକାଉଣ୍ଟରୁ ୩ ଥରରେ ଲକ୍ଷଲକ୍ଷ ଟଙ୍କା ଉଠାଇନେଲେ ସାଇବର ଠକ

Published By : Prameya-News7 Bureau | December 02, 2023 IST

ନୋଏଡା ୨।୧୨: ଲଦ୍ଦାଖର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ତଥା ପୂର୍ବତନ ପ୍ରତିରକ୍ଷା ସଚିବ ରାଧାକୃଷ୍ଣ ମାଥୁରଙ୍କ  ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକମାନେ ଲକ୍ଷାଧିକ ଟଙ୍କା ଉଠାଇନେଇଥିବାର ନୋଏଡା ସେକ୍ଟର-୧୨୬ ଥାନାରେ ଅଭିଯୋଗ ହୋଇଛି।  ନଭେମ୍ବର ୧୭ ତାରିଖରେ ସାଇବର ଠକମାନେ ୩ ଥରରେ ଲକ୍ଷାଧିକ ଟଙ୍କା ଉଠାଇ ନେଇଛନ୍ତି। ଏ ସମ୍ପର୍କରେ ଜାଣିବାମାତ୍ରେ ମାଥୁର ତୁରନ୍ତ ସେକ୍ଟର ୧୨୬ ଥାନାରେ ଅଭିଯୋଗ କରିଥିଲେ।

ଲଦ୍ଦାଖର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ତଥା ପୂର୍ବତନ ଡିଫେନ୍ସ ସେକ୍ରେଟାରୀ ଆର.କେ. ମାଥୁର ଜେପି ଟାଉନ ସେକ୍ଟର ୧୨୮ରେ ରହନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨,୨୮,୩୬୦ ଟଙ୍କା ସାଇବର ଠକ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ମାଥୁର କହିଛନ୍ତି ଯେ ଏହି ଲୁଟ କାଳରେ ସେ ଅନଲାଇନ ବ୍ୟାଙ୍କିଙ୍ଗର ବ୍ୟବହାର କରୁ ନଥିଲେ କି ଅନଲାଇନ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ବ୍ୟବହାର ସେ କରନ୍ତିନି। ମାଥୁର ପୋଲିସରେ କରିଥିବା ଅଭିଯୋଗରେ ଦିଲ୍ଲୀ ନିର୍ମାଣ ଭବନସ୍ଥିତ ଏସବିଆଇ ଶାଖାରେ ତାଙ୍କର ଆକାଉଣ୍ଟ ଅଛି।

{"id":877720,"sizeSlug":"full","linkDestination":"none"}

ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ୩ ଥରରେ ୨ଲକ୍ଷ ୨୮ ହଜାର ୩୬୩ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି। ଏ ନେଇ ମୋବାଇଲରେ ମ୍ୟାସେଜ ଆସିବାରୁ ସେ ସାଇବର ଲୁଟର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ରାଧାକୃଷ୍ଣ ମାଥୁର ଙ୍କ ଦ୍ୱାରା ରୁଜୁ ଏତଲା ଅନୁସାରେ ଯେଉଁ ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ ହୋଇଛି ସେତେବେଳେ ସେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗର ବ୍ୟାବହାର କରୁ ନଥିଲେ।

ଲୁଟର ସୂଚନା ମିଳିବାମାତ୍ରେ ସେ ସେ ଏସବିଆଇ ବ୍ୟାଙ୍କ ମ୍ୟାନେଜମେଣ୍ଟକୁ ସୂଚନା ଦେଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ବ୍ଲକ୍ କରିଦେଇଛନ୍ତି। ସେକ୍ଟର ୧୨୬ ଥାନା ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଦେଇଛି। ସାଇବର ଲୁଟର ତଦନ୍ତରେ ପୋଲିସ ସହିତ ସାଇବର ସେଲ ଟିମ୍‌ ମଧ୍ୟ ଜୁଟି ଯାଇଛି। ଯେଉଁ ଆକାଉଣ୍ଟକୁ ଲୁଟ ବାବଦ ଅର୍ଥ ଟ୍ରାନ୍ସଫର ହୋଇଛି ପୋଲିସ ଏବେ ସେହି ସବୁ ଆକାଉଣ୍ଟର ସୂଚନା ସଂଗ୍ରହ କରୁଛି।

ବିଶ୍ୱାସଘାତ କଲା କାମୁକ ପ୍ରେମିକ; ସବୁ ଲୁଟିଲା, ସାମାନ୍ୟ ବଚସାରୁ ଜୀବନ ନେଲା…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.