ସ୍ପିଡ୍ ପୋଷ୍ଟରେ ଲକି କୁପନ ପଠାଇ ଲୁଟିବା ପ୍ଲାନ୍ ଫେଲ୍ ମାରିଲା, ଥାନାର ଦ୍ବାରସ୍ଥ ହେଲେ ଦମ୍ପତ୍ତି

Published By : Prameya-News7 Bureau | March 05, 2024 IST

ବାରଙ୍ଗ ୫୩: ସାଇବର ଠକେଇର ନୂଆ ଫର୍ମୁଲା । ସ୍ପିଡ଼ ପୋଷ୍ଟରେ ଲକି କୁପନ ପଠାଇ ଲୁଟିବାକୁ ପ୍ଲାନ୍ । ଠକେଇ ପ୍ଲାନ୍‌ରୁ ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀର ଦୀପକ ମିଶ୍ର ଏକ ଅନଲାଇନ୍ ସପିଂ ଆପ୍‌ରେ ସମସ୍ତ ଜିନିଷ ଅର୍ଡର କରୁଥିଲେ । ସୋମବାର ସ୍ପିଡ଼ ପୋଷ୍ଟରେ ତାଙ୍କ ପାଖକୁ ଏକ ଏନଭଲପ୍ ଆସିଥିଲା । ଖୋଲିବା ପରେ ଯେଉଁ ଆପ୍‌ରୁ ଜିନିଷ ଅର୍ଡର କରନ୍ତି ସମ୍ପୃକ୍ତ ଆପ୍ ଲୋଗୋ ଥାଇ ୧୧ ଲକ୍ଷ ଟଙ୍କାର ଲକି କୁପନ୍ ବାହାରିଥିଲା । ସେଥିରେ ଥିବା ଚିଠିରେ ମଧ୍ୟ ପୁରସ୍କାର ଜିତିଥିବା ଲେଖା ହୋଇଥିଲା । ଏଥିପାଇଁ ନିଜର ଆକାଉଣ୍ଟ ନମ୍ବରକୁ କୁପନ୍ ଭିତରେ ଦିଆଯାଇଥିବା ନମ୍ବରରେ ମେସେଜ୍ କରିବାକୁ କୁହାଯାଇଥିଲା । ଆଉ ଏଥିପାଇଁ ଅଗ୍ରୀମ କିଛି ଟଙ୍କା ଡିପୋଜିଟ୍ କରିବାକୁ କୁହାଯାଇଥିଲା । ହେଲେ ଏହା ସାଇବର ଠକଙ୍କ ଚାଲ୍ ଆଉ ଠକେଇ ତରିକା ଜାଣିବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ଉଭୟ ଦମ୍ପତ୍ତି ।

ସେପଟେ ପୋଷ୍ଟାଲରେ ପ୍ରେରକ ଠିକଣା ଥିବାରୁ ସାଇବର ଥାନା ପୋଲିସକୁ ଏହି ଅଦୃଶ୍ୟ ଲୁଟେରାଙ୍କୁ  ଧରିବା ସହଜ ହେବ ବୋଲି ଦମ୍ପତ୍ତି କହିଛନ୍ତି । ସମସ୍ତଙ୍କୁ ସଚେତନ ରହିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

You Can Read :

wp:embed {"url":"https://www.prameyanews7.com/5-sentenced-life-imprisonment-in-a-murder-case-in-kendrapara/","type":"wp-embed","providerNameSlug":"prameya-news-7"}
https://www.prameyanews7.com/5-sentenced-life-imprisonment-in-a-murder-case-in-kendrapara/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.