କଷ୍ଟମର କେୟାରକୁ କରିଥିଲେ ଫୋନ୍, ବ୍ୟାଙ୍କ୍ ଆକାଉଣ୍ଟରୁ ଗାଏବ ହୋଇଗଲା ୨ ଲକ୍ଷ ଟଙ୍କା

Published By : Prameya-News7 Bureau | November 20, 2021 IST

ଭୁବନେଶ୍ବର ୨୦।୧୧: କଷ୍ଟମର କେୟାର ନାଁରେ ସାଇବର ଠକେଇ । ଏସବିଆଇର କଷ୍ଟମର କେୟାରକୁ ଫୋନ୍ କରି ୨ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଜଣେ ଗ୍ରାହକ । ଗୁଗୁଲ ସର୍ଚ୍ଚ କରି କଷ୍ଟମର କେୟାର ନମ୍ବର ବାହାର କରିଥିଲେ ଖଣ୍ଡଗିରି ଅଞ୍ଚଳର ଗ୍ରାହକ ଅକ୍ଷୟ କୁମାର ପାତ୍ର । ସେହି ନମ୍ବରକୁ ଫୋନ୍ କରିବା ପରେ ସାହାଯ୍ୟ କରିବା ଆଳରେ ଠକିନେଇଥିଲେ ୨ ଲକ୍ଷ ଟଙ୍କା ।

ଗତ ୧୦ ଦିନ ମଧ୍ୟରେ କଷ୍ଟମର କେୟାର ନାଁରେ ବିଭିନ୍ନ ଗ୍ରାହକଙ୍କଠାରୁ ୨୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ସାଇବର ସେଲରେ ଅଭିଯୋଗ ହୋଇଛି ବୋଲି ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.