ଓକାକ ସିଇଓଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍ ମାମଲା, ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ-କ୍ରାଇମ୍‌ବ୍ରାଞ୍ଚ ଏଡିଜି

Published By : Prameya-News7 Bureau | November 24, 2021 IST

ଭୁବନେଶ୍ୱର ୨୪।୧୧: ଓକାକ ସିଇଓଙ୍କ ହ୍ବାଟ୍ସ ଆପ୍‌ ହ୍ୟାକ୍ ମାମଲା । ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ, ଆହୁରୀ ଅନେକ ଗ୍ୟାଙ୍ଗ ଏଥିରେ ସାମିଲ ଅଛନ୍ତି । ପାସ୍କେଲକୁ ପଚରାଉଚରା ପରେ ଏପରି ତଥ୍ୟ ମିଳିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ଓକାକ ସିଇଓଙ୍କ ହ୍ୱାଟସଆପ୍‌ ହ୍ୟାକ୍‌ ମାମଲାରେ  ୨ଜଣଙ୍କ ଅଭିଯୁକ୍ତଙ୍କୁ ଗିରଫ ପରେ ପଚରାଉଚରା କରାଯାଇଛି ।  ଦିଲ୍ଲୀ ପୋଲିସ ସମେତ ଓଡିଶାର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଏହି ପଚରାଉଚରାରେ ସାମିଲ ଅଛନ୍ତି । ତେବେ ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ, ଆହୁରି ଅନେକ ଗ୍ୟାଙ୍ଗ ସାମିଲ ଏଥିରେ ଅଛନ୍ତି । ପାସ୍କେଲକୁ ପଚରା ଉଚରା କରିବା ପରେ ଅନେକ ତଥ୍ୟ ମିଳିଛି । ଘଟଣାରେ ଆହୁରୀ ଅନେକ ସାଇବର ଅପରାଧୀଙ୍କ ହାତ ରହିଛି । ବେଙ୍ଗାଲୁରୁ, ମୁମ୍ବାଇ ,ଦିଲ୍ଲୀରେ ଏମାନଙ୍କ ଗ୍ୟାଙ୍ଗର ଅନେକ ଠକ ଅଛନ୍ତି । ସମସ୍ତ ଠକ ନାଇଜେରିଆ ଅଞ୍ଚଳର ବୋଲି ଜଣାପଡ଼ିଛି  ।

ସେହିପରି ଦିଲ୍ଲୀ ପୋଲିସ ଗିରଫ କରିଥିବା ଦୁଇ ଅଭିଯୁକ୍ତଙ୍କର ଭିସା ବାତିଲ ହୋଇଯାଇଛି । ୨୦୧୨ ରୁ ଭାରତ ଆସି ଏମାନେ ଏଠାରେ ରହିଆସୁଛନ୍ତି । ଧରା ହୋଇଥିବା ଦୁଇ ଅଭିଯୁକ୍ତଙ୍କ କାମ ହେଉଛି ଆକାଉଣ୍ଟକୁ ଟଙ୍କା ଆସିବା ପରେ ଏଟିଏମ୍‌ରୁ ଟଙ୍କା ବାହାର କରିବା । ସେହି ବାବଦକୁ ଏମାନେ ୧୦ ପ୍ରତିଶତ ଟଙ୍କା ନେଇଥାଆନ୍ତି । ତେବେ ଓକାକ ସିଇଓଙ୍କ ଠକେଇ ଟଙ୍କା ଦୁଇଟି ଆକାଉଣ୍ଟକୁ ଯାଇଛି । ଗୋଟିଏ ଆକାଉଣ୍ଟକୁ ୫ ଲକ୍ଷ ୯୫ ହଜାର ଓ ଅନ୍ୟ ଏକ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କାରୁ ଅଧିକ ଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.