ଏଲନ୍‌ ମସ୍କଙ୍କ ନାଁରେ ବଡ଼ ଠକେଇ, ଶିକ୍ଷୟିତ୍ରୀଙ୍କଠୁ ଠକିନେଲେ ୧୦ ଲକ୍ଷ ଟଙ୍କା

Published By : Prameya-News7 Bureau | May 17, 2021 IST

ଲଣ୍ଡନ ୧୭/୫: ଅନଲାଇନ୍‌ ଠକେଇ କେବଳ ଯେ ଭାରତ ଭଳି ଦେଶରେ ହେଉଛି ତାହା ନୁହେଁ। ବିକିଶିତ ଦେଶରେ ଅନଲାଇନ୍‌ ଠକେଇ ଚେର ଖୁବ ଲମ୍ବିଛି। ଟଙ୍କା ଡବଲ୍‌ କରିବାର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ସାଇବର ଠକ। ଇଂଲଣ୍ଡର ଜଣେ ଶିକ୍ଷୟିତ୍ରୀଙ୍କ ଠକାମୀରେ ଶିକାର ହୋଇଛନ୍ତି। ଏଲନ ମସ୍କଙ୍କ କମ୍ପାନୀରେ ଟଙ୍କା ନିବେଶ କରିବାର ଲୋଭ ଦେଖାଇ ସାଇବର ଠକ ଲୁଟି ନେଇଛନ୍ତି ପାଖାପାଖି ୧୦ ଲକ୍ଷ ଟଙ୍କା। ଏପରିକି ତାଙ୍କୁ ଦୁଇ ଗୁଣ ଟଙ୍କା ଫେରସ୍ତ ନେଇ ପ୍ରତିଶ୍ରୁତି ଦେଇଥିଲେ ଠକ।

ଠାକାମୀରେ ଶିକାର ହୋଇଥିବା ଶିକ୍ଷୟତ୍ରୀ ଏଭଳି ମିଥ୍ୟା ଫୋନ୍‌ କଲ ଏବଂ ଠକଙ୍କ ପାଖରୁ ସାବଧାନ ରହିବାକୁ ଅପିଲ କରୁଛନ୍ତି। ନୂଆ ଘର କଣିବାକୁ ଟଙ୍କା ସଞ୍ଚୟ କରିଥିଲେ ଶିକ୍ଷୟିତ୍ରୀ। ସେତକ ଟଙ୍କା ବି ଚାଲିଗଲା। ବିଟକଏନ୍‌ ଉପରେ ଠକାମୀର ଅଭିଯୋଗ ଆଣିଛନ୍ତି ଶିକ୍ଷୟିତ୍ରୀ ଜୁଲୀ ବୁଶନେଲ। କାରଣ ବିଟକଏନ୍‌ର ସମର୍ଥକ ହେଉଛନ୍ତି ଟେସଲା ଏବଂ ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ ମସ୍କ।

ଶିକ୍ଷୟିତ୍ରୀଙ୍କ ମତରେ ସେ ଏକ ଅନଲାଇନ୍‌ ବିଜ୍ଞାପନରେ ପଢ଼ିଥିଲେ ବିଟକଏନ୍‌ରେ ଟଙ୍କା ନିବେଶ କଲେ ଦୁଇ ଗୁଣ ମିଳିବ। ଏହା ପରେ ବିଜ୍ଞାପନ ଦେଇଥିବା କମ୍ପାନୀକୁ ଶିକ୍ଷୟିତ୍ରୀଜଣଙ୍କ ୯୦୦୦ ପାଉଣ୍ଡ (ପାଖାପାଖି ୧୦ ଲକ୍ଷ ଟଙ୍କା) ଦେଇଥିଲେ। ପରେ ମହିଳାଙ୍କୁ ଟଙ୍କା ନମିଳିବାରୁ ଠକାମୀରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ତାପରେ ଏନେଇ ପୋଲିସର ସାହାରା ନେବା ସହ ଏଜେନ୍ସି ବିରୋଧରେ ଅଭିଯୋଗ କରିଛନ୍ତି ଜୁଲୀ ବୁଶନେଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.