oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ବୌଦ୍ଧ ଜିଲ୍ଲାପାଳଙ୍କ ଫଟୋର ମିସ୍‌ୟୁଜ୍, ହ୍ବାଟସ୍‌ଆପ୍‌ରେ ମେସେଜ୍ ପଠାଇ ବିଭିନ୍ନ ଅଧିକାରୀଙ୍କୁ ମାଗିଲେ ଟଙ୍କା

29/07/2022 at 1:09 PM

ବୌଦ୍ଧ ୨୯।୭: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋର ଅପବ୍ୟବହାର । ଜିଲ୍ଲାପାଳଙ୍କ ଫଟୋକୁ ପ୍ରୋଫାଇଲରେ ବ୍ୟବହାର କରି ହ୍ବାଟସଆପ୍ ଜରିଆରେ ବିଭିନ୍ନ ଅଧିକାରୀଙ୍କୁ ମେସେଜ୍ ପଠାଇ ଟଙ୍କା ମାଗିଛି ଠକ । କିଛି ଦିନ ପୂର୍ବେ ଠିକ୍ ଏହିପରି ଜିଲ୍ଲାପାଳଙ୍କ ଫଟୋ ବ୍ୟବହାର କରି ବିଭିନ୍ନ ଅଧିକାରୀଙ୍କୁ ଟଙ୍କା ମଗାଯାଇଥିଲା । ସେତେବେଳେ ସାଇବର ସେଲ୍‌ରେ ଏତଲା ମଧ୍ୟ ଦେଇଥିଲେ ଜିଲ୍ଲାପାଳ । ହେଲେ ପୁଣି ଥରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ, ଜିଲ୍ଲାପାଳଙ୍କ ଫଟୋ ଥାଇ ଏକ ନମ୍ବରରୁ ଜିଲ୍ଲାର କିଛି ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ୍ କରାଯାଇଛି । କିଛି ଅଧିକାରୀଙ୍କୁ ଅମାଜନରେ ଗିଫ୍ଟ କାର୍ଡ ସମ୍ପର୍କିତ ତଥ୍ୟ ଦେଇ ତାଙ୍କ ଦେବାକୁ କହୁଛି ଠକ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଆସନ୍ତା ୩୧ ତାରିଖରେ ଜିଲ୍ଲାପାଳ ଅବସର ଗ୍ରହଣ କରୁଥିବା ଠକକୁ ମଧ୍ୟ ଜଣା ଅଛି ।  ଅବସର ପୂର୍ବରୁ ଟଙ୍କା ଫେରାଇଦେବି ବୋଲି ମଧ୍ୟ ଉଲ୍ଲେଖ କରିଛି ଠକ । ତେବେ ସଂପୃକ୍ତ ନମ୍ବରଟି ଜିଲ୍ଲାପାଳଙ୍କ ହୋଇନଥିବା ବେଳେ କିଛି ଅଧିକାରୀ ସନ୍ଦେହରେ ଏନେଇ ସିଧାସଳଖ ଭାବେ ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି ।  ଅଧିକାରୀଙ୍କ ନିକଟରୁ ଏହି ସୂଚନା ପାଇବା ପରେ ଜିଲ୍ଲାପାଳ ନିଜ ବ୍ୟକ୍ତିଗତ ଫେସବୁକ ଓ ସମସ୍ତ ସରକାରୀ ଗ୍ରୁପରେ ସରକାରୀ ଅଧିକାରୀମାନଙ୍କୁ ଏହିଭଳି ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ତେବେ ଅପରାଧୀଙ୍କୁ ଧରିବାପାଇଁ ସାଇବର ସେଲର ସହଯୋଗ ନିଆଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

   Related Posts