ହସ୍ପିଟାଲକୁ କଲ୍ କଲେ ହ୍ୟାକର ନେଇଯାଉଛି ଟଙ୍କା, ସେପଟେ ଯବାନଙ୍କୁ ଚୂନ ଲଗାଇଦେଲେ ସାଇବର ଠକ

Published By : Prameya-News7 Bureau | March 01, 2024 IST

ଭୁବନେଶ୍ୱର ୧।୩: ହସ୍ପିଟାଲକୁ ଫୋନ କଲେ ଆକାଉଣ୍ଟ ହେଉଯାଉଛି ଗୋଲ୍ । ଗୁଗୁଲରୁ ସର୍ଚ୍ଚ କରି କଲ କଲେ ହ୍ୟାକର ନେଇଯାଉଛି ଟଙ୍କା । ସେପଟେ କ୍ରେଡିଟ କାର୍ଡ ଠକେଇର ଶିକାର ହୋଇଛନ୍ତି ଜଣେ ବିଏସଏଫ ଯବାନ ।

ଅଭିଯୋଗ କରିଥିବା ଯୁବକଙ୍କ ବାପା ବ୍ରେନ ଷ୍ଟୋକରେ ଆକ୍ରାନ୍ତ ହେବା ପରେ ବାଲୁଗାଁରୁ ଆସି ଭୁବନେଶ୍ୱର ଫାୟରଷ୍ଟେସନରେ ଥିବା ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । କିଛି ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଡିସଚାର୍ଜ ସାର୍ଟିଫିକେଟ ଓ ଅନ୍ୟ କିଛି ଡକ୍ୟୁମେଣ୍ଟ ପାଇଁ ଯୁବକ ଜଣଙ୍କ ଗୁଗୁଲରୁ ସର୍ଚ୍ଚ କରି ଯେତେବେଳେ କଲ୍ କରିଥିଲେ, ଉକ୍ତ ନମ୍ବରରୁ କିଛି ଟଙ୍କା ପଠେଇବାକୁ କୁହାଯାଇଥିଲା । ୟୁପିଆଇ ଜରିଆରେ ଟଙ୍କା ପଠେଇବା ବେଳେ ଆକାଉଣ୍ଟରୁ କଟିଥିଲା ୨୩ ହଜାର ଟଙ୍କା । ଏହାକୁ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ହସ୍ପିଟାଲ ରିସେପ୍ସନ ନମ୍ବର ହ୍ୟାକ ହୋଇଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଅପରପକ୍ଷରେ ଏହି ନମ୍ବରରେ କେହି ଟଙ୍କା ନପଠାଇବା ପାଇଁ ଅନୁରୋଧ କରିଛି ହସ୍ପିଟାଲ ।

ସେହିଭଳି ଆଉ ଏକ ସାଇବର ଠକେଇ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ବିଏସ୍‌ଏଫ୍ ଯବାନ । କ୍ରେଡିଟ୍ କାର୍ଡ ବନ୍ଦ କରାଇବା ଆଳରେ ତାଙ୍କ ଠାରୁ ୪ ଲକ୍ଷ ୭୫ ହଜାରର ଠକେଇ ହୋଇଛି । କାର୍ଡ ବନ୍ଦ କରିବାକୁ କହି ସାଇବର ଠକଙ୍କ ଜାଲରେ ପଡ଼ିଥିଲେ ଯବାନ । କ୍ରେଡିଟ୍ କାର୍ଡର ନମ୍ବର ସହ ସିଭିଭି ନମ୍ବର ମାଗି ନେଇଥିଲେ ଠକ । ଯାହା ଜରିଆରେ ଆକାଉଣ୍ଟରୁ ୪ ଲକ୍ଷ ୭୫ ହଜାର ଲୁଟ୍ ହୋଇଥିବା ଜାଣିବାକୁ ପାଇଛି ସାଇବର ଥାନା ପୋଲିସ ।

You Can Read :

wp:embed {"url":"https://www.prameyanews7.com/dharmendra-pradhan-launches-project-odiserve-and-100-cube-startup-conclave-in-sambalpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dharmendra-pradhan-launches-project-odiserve-and-100-cube-startup-conclave-in-sambalpur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.