ଆଇପିଏସ୍ ସୁଶାନ୍ତ ନାଥଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଗାଏବ, ସାଇବର ଠକେଇ ସନ୍ଦେହ

Published By : Prameya-News7 Bureau | December 17, 2021 IST

ଭୁବନେଶ୍ବର ୧୭।୧୨: ଆଇପିଏସ୍ ସୁଶାନ୍ତ ନାଥଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଗାଏବ । ସାଇବର ଠକ ଠକି ନେଇଥିବା ସନ୍ଦେହ କରାଯାଉଛି । ଗତ ୨ ବର୍ଷ ହେବ ଟଙ୍କା ଠକେଇ ହେଉଥିବା ଅଭିଯୋଗ ହୋଇଛି । ଏ ନେଇ କ୍ରାଇମବ୍ରାଞ୍ଚ ନିକଟରେ ଆଇପିଏସ୍ ସୁଶାନ୍ତ ନାଥଙ୍କ ପତ୍ନୀ ଡାକ୍ତର ଅନୁଜା ତ୍ରିପାଠୀ ଅଭିଯୋଗ କରିଛନ୍ତି ।

ତେବେ ଅନୁଜାଙ୍କ ସାଲାରି ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବା ନେଇ ଅଭିଯୋଗ ହୋଇଛି । ଟଙ୍କା ଠକେଇ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.