ଭୁବନେଶ୍ୱର ୦୨/୧୧: ଭୁବନେଶ୍ୱର ସହରାଞ୍ଚଳ ପୋଲିସର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ଅକ୍ଟୋବରରେ ହେଲ୍ପଲାଇନ ନମ୍ବର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୦୨ଟି ଅଭିଯୋଗ ଗ୍ରହଣ କରାଯାଇଛି। ସେଥିରୁ କେବଳ ଭୁବନେଶ୍ୱର ସହରରୁ କଲ ମାଧ୍ୟମରେ ୨୭୨ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୩୦ଟି ଅଭିଯୋଗ ଗ୍ରହଣ କରାଯାଇଛିI କେବଳ ଭୁବନେଶ୍ୱରରୁ ୧୦୦ଟି ୟୁପିଆଇ ଠକେଇ ଅଭିଯୋଗ, ୮୯ଟି କ୍ରେଡିଟ୍ ଡେବିଟ୍ କାର୍ଡ ଠକେଇ ଅଭିଯୋଗ ଓ ୨୬ଟି ସାମାଜିକ ଗଣମାଧ୍ୟମ ଠକେଇ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ମୋଟ ୫୭ଟି ଅନ୍ୟାନ୍ୟ ଅନଲାଇନ ଜନିତ ଠକେଇ ଅଭିଯୋଗ ସାଇବର କ୍ରାଇମ ହେଲ୍ପ ଡ଼େସ୍କ ଗ୍ରହଣ କରିଛି।
ଗତ ମାସ ମଧ୍ୟରେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ବିଭିନ୍ନ ଅଭିଯୋଗ ମାଧ୍ୟମରେ ମୋଟ ୯୪,୦୧,୫୫୪ ଟଙ୍କାର ଠକେଇ ଜନିତ ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ମଧ୍ୟରୁ ମୋଟ ୦୩ଟି ମାମଲା ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ ହୋଇଛି। ଏହି ପରିପ୍ରେକ୍ଷିରେ ଗତ ଅକ୍ଟୋବର ମାସରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀମାନଙ୍କୁ ମୋଟ ୯,୯୧,୯୯୫ ଟଙ୍କା ଫେରସ୍ତ କରାହୋଇଥିବା ବେଳେ ମୋଟ ୧୩,୦୫,୮୦୧ ପରିମାଣ ଟଙ୍କାକୁ ବ୍ଲକ କରାଯାଇଛି।