WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନ୍‌ଲାଇନ୍‌ ସପିଂ ପଡିଲା ମହଙ୍ଗା, ସାଇବର ଠକେଇର ଶିକାର ହେଲେ ଯୁବତୀ

21/09/2023 at 1:25 PM

କଟକ ୨୧।୦୯ : ସାଇବର ଠକେଇର ଶିକାର ହେଲେ କଟକର ଯୁବତୀ । ହ୍ୱାଟସପ୍‌କୁ ଆସିଥିବା ଲିଙ୍କ୍‌କୁ କ୍ଲିକ୍‌ କରିବାରୁ ଆକାଉଣ୍ଟ କଟିଗଲା ୯୦ ହଜାର ଟଙ୍କା । ଠକାମୀର ଶିକାର ହୋଇଥିବା ଯୁବତୀ ଚାଉଳିଗଞ୍ଜ ଥାନାରେ ଏତଲା ଦେଇଛନ୍ତି ।  

ଖବର ଅନୁଯାୟୀ, କଟକ ଚାଉଳିଆଗଞ୍ଜ ଅଞ୍ଚଳର ସରସ୍ଵତୀ ଲେଙ୍କା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି  । କିଛି ଦିନ ତଳେ ଅନଲାଇନ୍ ସାଇଟରୁ କିଛି ଜିନିଷ କିଣିଥିଲେ । ହେଲେ ତାଙ୍କ ପାଖକୁ କିଣିଥିବା ଜିନିଷ ବଦଳରେ ଭୁଲ ଜିନିଷ ଆସିବାରୁ, ସେ ଏହାକୁ ଫେରସ୍ତ ପାଇଁ ସେହି ଅନଲାଇନ୍ ସଂସ୍ଥାକୁ ମେଲ୍ କରିଥିଲେ  । ପରେ ଯୁବତୀଙ୍କ ପାଖକୁ ସାଇବର ଠକ କଲରେ କଥା ହୋଇ ହ୍ୱାଟସାପ୍‌କୁ ଏକ ଲିଙ୍କ ପଠାଇଥିଲଲେ । ଏହି ଲିଙ୍କରେ କ୍ଲିକ କରିବା ପରେ ଟଙ୍କା ଆକାଉଣ୍ଟରେ ଆସି ଯିବ ବୋଲି କହିଥିଲେ ସାଇବର ଠକ ।  ହେଲେ ଲିଙ୍କରେ କ୍ଲିକ କରିବା ପରେ ଯୁବତୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରିବର୍ତ୍ତେ ୯୦ ହଜାର ଟଙ୍କା କାଟି ଯାଇଥିଲା । ଏନେଇ ଯୁବତୀ ଜଣଙ୍କ ଥାନାରେ ଏତଲା ଦେଇଛନ୍ତି।

ଆହୁରୀ ପଢନ୍ତୁ :

   Related Posts