ମଣିପୁରରେ ସାଇବର ଠକେଇର ଭୁବନେଶ୍ବର କନେକସନ୍, ଖୋଳତାଡ କରୁଛି ପୋଲିସ
12/03/2023 at 3:03 PM

ଭୁବନେଶ୍ୱର ୧୨।୦୩: ମଣିପୁରରେ ସାଇବର ଠକେଇର ଭୁବନେଶ୍ବର କନେକସନ୍ । ଭୁବନେଶ୍ବରରେ ସାଇବର ଠକକୁ ମଣିପୁର ପୋଲିସ ଗିରଫ କରିବା ପରେ ଆରମ୍ଭ ହୋଇଛି ଛାନଭିନ୍ । ଓଡ଼ିଶାରେ ସାଇବର ଠକେଇ ନେଇ ଖୋଳତାଡ଼ ଆରମ୍ଭ କରିଛି ଭୁବନେଶ୍ବର ସାଇବର୍ ପୋଲିସ ।
ଖବର ଅନୁଯାୟୀ, ଶନିବାର ନୂଆପଲ୍ଲୀ ବେହେରା ସାହିରୁ ବିକାଶ ଆଚାର୍ଯ୍ୟ ନାମରେ ଜଣେ ଅଭିଯୁକ୍ତକୁ ବାନ୍ଧିଥିଲା ମଣିପୁର ପୋଲିସ । ବାଲେଶ୍ୱର ସଦର ଥାନା ବାଲିଆ ଅଞ୍ଚଳର ବିକାଶ ଆଚାର୍ଯ୍ୟ ବେହେରାସାହିରେ ଭଡାରେ ରହୁଥିଲା ଅଭିଯୁକ୍ତ । କମିଶନରେଟ ପୋଲିସ ସହାୟତାରେ ତାକୁ ମଣିପୁର ପୋଲିସ ଗିରଫ କରିଛି । ୨୫ ଲକ୍ଷ ଟଙ୍କା ଠକେଇ ଘଟଣାରେ ଗିରଫ ପରେ ଆନ୍ତଃରାଜ୍ୟ ଲିଙ୍କ ଖୋଜୁଛି ଭୁବନେଶ୍ୱର ସାଇବର ପୋଲିସ । ଏହି ସାଇବର ଠକେଇ ନେଟୱର୍କର ଚେର ଖୋଜା ହେଉଛି । ଓଡ଼ିଶାରେ କାହାକୁ ଠକିଥିବା ନେଇ ଖୋଳତାଡ଼ ଚାଲିଛି ।