suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ହ୍ୟାକରଙ୍କ ମାୟା ଜାଲ; ଏମ୍‌ସ ପରେ ଆଇସିଏମ୍‌ଆର ସର୍‌ଭରକୁ ହ୍ୟାକ୍ ଉଦ୍ୟମ, ୨୪ ଘଣ୍ଟାରେ ୬ହଜାର ଥର ଆଟାକ୍

6/12/2022 at 3:32 PM

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସ ପରେ ଏବେ ଆଇସିଏମଆର । ସାଇବର ଠକଙ୍କ ନଜରରେ ଭାରତୀୟ ଭେଷଜ ଗବେଷଣା ସଂସ୍ଥା । ଅଦୃଶ୍ୟ ସ୍ମାର୍ଟ ଠକ ରୋଗୀଙ୍କ ଡାଟା ଲିକ୍ କରିବାକୁ ଚଳାଇଛନ୍ତି ଉଦ୍ୟମ । ୨୪ ଘଣ୍ଟାରେ ଆଇସିଏମଆର ସର୍‌ଭର ଉପରେ ୬ ହଜାର ଥର ସାଇବର ଆଟାକ୍ ହୋଇଛି ।

ହ୍ୟାକରଙ୍କ ଟାର୍ଗେଟରେ ସରକାରୀ ଓ୍ବେବସାଇଟ୍ । ଡାଟା ଲିକ୍ କରିବାକୁ ଗୋଟିଏ ପରେ ଗୋଟିଏ ସଂସ୍ଥା ଉପରେ କଳା ନଜର ପକାଉଛନ୍ତି ସ୍ମାର୍ଟ ଠକ । ଦିଲ୍ଲୀରେ ଏମ୍‌ସ ପରେ ଏବେ ଭାରତୀୟ ଭେଷଜ ଗବେଷଣା ପରିଷଦ ଉପରେ ସାଇବର ଆଟାକ୍ ହୋଇଛି । ରାଷ୍ଟ୍ରୟୀ ସୂଚନା ବିଜ୍ଞାନ କେନ୍ଦ୍ରର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ୨୪ ଘଣ୍ଟାରେ ଅଦୃଶ୍ୟ ଠକ ଆଇସିଏମଆର ଓ୍ବେବସାଇଟକୁ ୬ ହଜାରରୁ ଅଧିକ ଥର ଆଟାକ୍ କରିଛନ୍ତି । ରୋଗୀଙ୍କ ଡାଟା ଲିକ୍ କରିବାକୁ ଉଦ୍ୟମ ଚଳାଇଛନ୍ତି ହ୍ୟାକର ।

ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ଆଇସିଏମଆର ଓ୍ବେବସାଇଟକୁ ଆଟାକ୍ କରିଥିବା ହ୍ୟାକର ହଂକଂର ବୋଲି ଜଣାପଡ଼ିଛି । ବ୍ଲକ୍ ଲିଷ୍ଟେଡ୍ ଆଇପି ଆଡ୍ରେସ୍ ୧୦୩.୧୫୨.୨୨୦.୧୩୩ରୁ ସାଇବର ଆଟାକ୍ ହୋଇଥିଲା । ହେଲେ ଏଥିରେ ଅସଫଳ ହୋଇଛନ୍ତି ହ୍ୟାକର୍ସ । ଆଇପି ଆଡ୍ରେସକୁ ବ୍ଲକ୍ କରିଦିଆଯାଇଥିବା ଅଧିକାରୀ କହିଛନ୍ତି । ଏନେଇ ଆଇସିଏମଆର ଅଧିକାରୀଙ୍କୁ ପଚାରିବାରୁ ସେ ଏବାବଦରେ କୌଣସି ଟିପ୍ପଣୀ ଦେଇନାହାନ୍ତି ।

   Related Posts