CWG 2022: ଫାଇନାଲ୍‌ରେ ପିଭି ସିଦ୍ଧୁ, ସ୍ଵର୍ଣ୍ଣ ପଦକଠୁ ଗୋଟିଏ ବିଜୟ ଦୂରରେ ତାରକା ଖେଳାଳି  

Published By : Prameya-News7 Bureau | August 07, 2022 IST

ବର୍ମିଂହାମ: ଦୁଇ ଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ରବିବାର ଲଗାତାର ଦ୍ଵିତୀୟ ଥର ରାଜ୍ୟଗୋଷ୍ଠୀ କ୍ରୀଡାର ମହିଳା ଏକକ ବର୍ଗ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସ୍ଵର୍ଣ୍ଣ ପଦକଠୁ ଆଉ ଗୋଟିଏ ବିଜୟ ଦୂରରେ ସିନ୍ଧୁ। ଭାରତର ୨୭ ବର୍ଷୀୟ ଏହି ତାରକା ଖେଳାଳି ଦମଦାର ପ୍ରଦର୍ଶନ କରି ସିଙ୍ଗାପୁରର ଜିଓ ଜିୟା ମିନଙ୍କୁ ୪୯ ମିନିଟ୍‌ରେ ଧରି ଚାଲିଥିବା ମୁକାବିଲାରେ ୨୧-୧୯, ୨୧-୧୭ରେ ହରାଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୪ ଏବଂ ୨୦୧୮ରେ ମହିଳା ଏକକ ବର୍ଗରେ ସିନ୍ଧୁ କ୍ରମଶଃ କାଂସ୍ୟ ଏବଂ ରୌପ୍ୟ ପଦକ ଜିତିଥିଲେ।

ସିନ୍ଧୁ ବାମ ପାଦରେ ପଟି ବାନ୍ଧି ଥିଲେ, ଯେଉଁଥିରେ ତାଙ୍କୁ ମୁଭ କରିବାରେ ସମସ୍ୟା ହେଉଥିଲା। ସିଙ୍ଗାପୁର ଖେଳାଳି ଦମଦାର ପ୍ରଦର୍ଶନ କରି ୮-୪ରେ ଅଗ୍ରଣୀ ହାସଲ କରିଥିଲେ। କିନ୍ତୁ ସିନ୍ଧୁ ପ୍ରତ୍ୟାବର୍ତ୍ତନ କରି ସ୍କୋର ବରାବର କରିଥିଲେ। ସଂଘର୍ଷପୂର୍ଣ୍ଣ ପ୍ରଥମ ଗେମକୁ ୨୧-୧୯ରେ ଜିତିଥିଲେ। ଦ୍ଵିତୀୟ ଗେମରେ ନିଜର ଲୟ ଜାରି ରଖି ୨୧-୧୭ରେ ଜିତି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.