oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

CWG 2022: ହରମନପ୍ରୀତଙ୍କ ହ୍ୟାଟ୍ରିକ ଗୋଲ୍, ଓ୍ଵେଲ୍ସକୁ ୪-୧ରେ ହରାଇ ସେମି ଫାଇନାଲ୍‌ରେ ଭାରତ

4/08/2022 at 9:18 PM

ନୂଆଦିଲ୍ଲୀ: ହରମନପ୍ରୀତ ସିଂହଙ୍କ ହ୍ୟାଟ୍ରିକ ଗୋଲ୍ ବଳରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ହକି ପ୍ରତିଯୋଗିତାରେ ଓ୍ଵେଲ୍ସକୁ ୪-୧ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ସେମି ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଉପ ଅଧିନାୟକ ହରମନପ୍ରୀତ ୧୮ତମ, ୨୦ତମ ଏବଂ ୪୧ତମ ମିନିଟ୍‌ରେ ଗୋଲ୍ କରିଥିବା ବେଳେ ଗୁରଞ୍ଜତ ୪୯ତମ ମିନିଟରେ ଗୋଲ୍ ଦେଇଛନ୍ତି। ଓ୍ଵେଲ୍ସ ପକ୍ଷରୁ ଏକ ମାତ୍ର ଗୋଲ୍ ଗାରେଥ କର୍ଲାଗ୍ନ ୫୫ତମ ମିନିଟ୍‌ରେ ଦେଇଛନ୍ତି।

ଟୋକିଓ ଅଲିମ୍ପିକର କାଂସ୍ୟ ପଦକ ବିଜେତା ଭାରତୀୟ ଦଳ ପ୍ରଥମ କ୍ଵାର୍ଟରରୁ ହିଁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ହେଲେ ଏହାର ଦୃଢ ଜବାବ ଦେଇଥିଲା ଓ୍ଵେଲ୍ସ। ପ୍ରଥମ କ୍ଵାର୍ଟର ଗୋଲ ଶୂନ୍ୟ ରହିଥିଲା। ଦ୍ଵିତୀୟ କ୍ଵାର୍ଟରରେ ହରମପ୍ରୀତ ବିରୋଧୀ ଗୋଲ୍‌କିପରଙ୍କୁ ମାତ୍ ଦେଇ ଗୋଲ୍ ଦେବାରେ ସଫଳ ହୋଇଥିଲେ।  ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ସର୍ବାଧିକ ଗୋଲ୍ ଦେଇଥିବା ଖେଳାଳି ହୋଇଛନ୍ତି। ପୁଣି ୨୦ତମ ମିନିଟ୍‌ରେ ହରମନପ୍ରୀତ ଦ୍ଵିତୀୟ ଗୋଲ୍ ଦେଇଥିଲେ। ତୃତୀୟ କ୍ଵାର୍ଟରରେ ହରମନପ୍ରୀତ ପେନାଲ୍ଟି କର୍ଣ୍ଣରୁ ଗୋଲ୍ ଦେବାରେ ବିଫଳ ହୋଇଥିଲେ ହେଁ ୪୧ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟି ଷ୍ଟ୍ରୋକକୁ ସଫଳ କରି ତୃତୀୟ ଗୋଲ୍‌ ଦେଇ ନିଜର ହ୍ୟାଟ୍ରିକ ପୂରଣ କରିଥିଲେ।

ଏହା ପରେ ଚତୁର୍ଥ କ୍ଵାର୍ଟର ଆରମ୍ଭରୁ ୪୯ତମ ମିନିଟ୍‌ରେ ଗୁରଞ୍ଜନ  ଗୋଲ୍ ଦେଇ ଭାରତକୁ ୪-୦ରେ ଅଗ୍ରଣୀ ଦେଇଥିଲେ। ଏହା ପରେ ଓ୍ଵେଲ୍ସ ପକ୍ଷରୁ ଫର୍ଲାଗ୍ନ ଚତୁର୍ଥ କ୍ଵାର୍ଟରର ୧୦ମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇଥିଲେ ହେଁ ତାହା ପର୍ଯ୍ୟାପ୍ତ ନଥିଲା।

ଲିଗ୍ ପର୍ଯ୍ୟାୟରେ ଶେଷ ମ୍ୟାଚ୍ ଜିତିବା ପରେ ଭାରତ ଚାରୋଟି ମ୍ୟାଚ୍‌ରେ ୧୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ସାତ ପଏଣ୍ଟ ସହ ଇଂଲଣ୍ଡ ଦ୍ଵିତୀୟ ସ୍ଥାନରେ ରହିଛି। ଇଂଲଣ୍ଡର ଲିଗ୍ ପର୍ଯ୍ୟାୟରେ କାନାଡା ସହ ଆଉ ଏକ ମ୍ୟାଚ୍ ବାକି ରହିଛି। ଇଂଲଣ୍ଡକୁ ଯଦି ପ୍ରଥମ ସ୍ଥାନରେ ରହିବାର ଅଛି ତେବେ କାନାଡାକୁ ବିଶାଳ ଗୋଲ୍ ବ୍ୟବଧାନରେ ହରାଇବାକୁ ପଡିବ।

ଏହା ପୂର୍ବରୁ ଦୁନିଆର ପଞ୍ଚମ ଦଳ ଭାରତ ପ୍ରଥମ ମ୍ୟାଚ୍‌ରେ ଘାନାକୁ ୧୧-୦ରେ ହରାଇଥିଲା। ତେବେ ଦ୍ଵିତୀୟ ମ୍ୟାଚ୍‌ରେ ଅନୁଶାସନହୀନ ପ୍ରଦର୍ଶନର ପରିଣାମ ଇଂଲଣ୍ଡ ସହ ମ୍ୟାଚ୍‌କୁ ୪-୪ରେ ଡ୍ର ରଖିବାକୁ ପଡିଥିଲା। ତୃତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରତ୍ୟାବର୍ତ୍ତନ କରି କାନାଡାକୁ ୮-୦ରେ ମାତ୍ ଦେଇଥିଲା।

   Related Posts