scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

CWG 2022ରୁ ନିଖୋଜ ହେଲେ ୧୦ ଖେଳାଳି, ନିଜ ଦେଶ ଛାଡି ବ୍ରିଟେନରେ ରହିବା ପାଇଁ ଯୋଜନା

8/08/2022 at 9:34 PM

ନୂଆଦିଲ୍ଲୀ:  ଆର୍ଥିକ ସଂକଟ ମଧ୍ୟରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବାକୁ ଯାଇଥିବା ଶ୍ରୀଲଙ୍କାର ୧୦ ଜଣ ଖେଳାଳି ନିଖୋଜ ଅଛନ୍ତି । ଶ୍ରୀଲଙ୍କା ଟିମର ଅଧିକାରୀଙ୍କ ସୂଚନା ଅନୁସାରେ, ୯ ଜଣ ଆଥଲେଟ୍ ଏବଂ ଜଣେ ମ୍ୟାନେଜର ନିଜ-ନିଜ ଇଭେଣ୍ଟ ଶେଷ ପରଠୁ ଗାଏବ ଅଛନ୍ତି । ଅଧିକାରୀ ଜଣଙ୍କ କହିଛନ୍ତି, ଏହି ଖେଳାଳିମାନେ ଇଂଲଣ୍ଡରେ ରହିବା ଉଦ୍ଦେଶ୍ୟରେ ନିଖୋଜ ହୋଇଛନ୍ତି । ଖେଳାଳିମାନେ ସ୍ୱଦେଶକୁ ଫେରିବାକୁ ଚାହୁଁ ନଥିବା ସେ କହିଛନ୍ତି । ଏହାରି ଭିତରେ ଖେଳାଳିଙ୍କୁ ଖୋଜିବା ପାଇଁ ପୋଲିସରେ ଅଭିଯୋଗ କରାଯାଇଛି ।

ଗତ ସପ୍ତାହରେ ଜୁଡୋ ଖେଳାଳି ଚମିଲା ଡିଲାନୀ ନିଜ ମ୍ୟାନେଜର ଏସେଲା ଡି ସିଲଭା ଏବଂ କୁସ୍ତିଯୋଦ୍ଧା ସାନିଥ ନିଖୋଜ ଥିଲେ । ଏହାପରଠୁ ଶ୍ରୀଲଙ୍କା ଦଳର ଅନ୍ୟ ସାତ ଜଣ ଖେଳାଳି ନିଖୋଜ ହୋଇସାରିଛନ୍ତି । ଶ୍ରୀଲଙ୍କା ଦଳର ଅଧିକାରୀ ୧୬୦ ସଦସ୍ୟଙ୍କ ପାସପୋର୍ଟ ନିଜ ପାଖରେ ରଖିଥିଲେ, ଫଳରେ ଫେରିବା ସମୟରେ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ କିଛି ଖେଳାଳି ରାଜି ହୋଇ ନଥିଲା । ଏବେ ପୋଲିସ ଅଧିକାରୀ ତଦନ୍ତ ପାଇଁ ଏହି ପାସପୋର୍ଟ ଗୁଡିକୁ ମାଗିଛନ୍ତି । ପୋଲିସ ଖେଳାଳିଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରୁଛି ।

ଶ୍ରୀଲଙ୍କା ଖେଳାଳି ନିଖୋଜ ହେବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଗତ ବର୍ଷ ଓସ୍ଲୋରେ ରେସଲିଂ ୱାର୍ଲଡ ଚାମ୍ପିୟନଶିପ ସମୟରେ ଦଳର ମ୍ୟାନେଜର ବିନା କୌଣସି ସୂଚନାରେ କେଉଁଆଡେ ଚାଲିଯାଇଥିଲେ । ସେହିପରି ୨୦୧୪ରେ ଏସିଆନ ଗେମ୍ସ ସମୟରେ ଶ୍ରୀଲଙ୍କାର ଦୁଇ ଖେଳାଳି ନିଖୋଜ ହୋଇଥିଲେ, ଯାହାଙ୍କ ବାବଦରେ କୌଣସି ସୂଚନା ମିଳି ନଥିଲା । ଏହା ପୂର୍ବରୁ ୨୦୦୪ ମସିହାରେ ନ୍ୟାସନାଲ ହ୍ୟାଣ୍ଡବଲ ଟିମ ଜର୍ମାନୀରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇ ନିଖୋଜ ହୋଇଥିଲେ ।

   Related Posts