ବୟସ ହୋଇନଥିଲା କିନ୍ତୁ ଫେସବୁକରୁ ପ୍ରେମ ହୋଇଗଲା, ପଞ୍ଜାବରୁ ବ୍ରଜରାଜନଗର କିନ୍ତୁ ବାହାଘର ଅଟକାଇଦେଲା ଚାଇଲ୍ଡ୍ ଲାଇନ୍

Published By : Prameya-News7 Bureau | March 17, 2020 IST

ବ୍ରଜରାଜନଗର, ୧୭|୦୩:   ନାବାଳିକାର ବିବାହ ପଣ୍ଡ କଲା ଚାଇଲ୍ଡ ଲାଇନ। ବ୍ରଜରାଜନଗର ସ୍ଥିତ ରାମଚଣ୍ଡୀ ମନ୍ଦିରରେ ବିବାହ କରିବା ପାଇଁ ପହଁଚିଲା ବେଳେ କାବୁ କଲା ପ୍ରଶାସନ। ଏହାସହ ନାବାଳିକା ଓ ବିବାହ ପାଇଁ ଆସିଥିବା ନାବାଳକ ବରକୁ  ଉଦ୍ଧାର କରାଯାଇଛି।

ଉଭୟଙ୍କୁ ଆଣି ସିଡବ୍ଲୁସିରେ ଉପସ୍ଥାପନ କରାଇବା ପରେ ଓପନ ସେଲଟର ହୋମକୁ ପଠାଇ ଦିଆଯାଇଛି।ଫେସବୁକ ଚାଟିଂ କରି ପଞ୍ଜାବର ଜଣେ ନାବାଳିକା ବ୍ରଜରାଜନଗରର ଜଣେ ନାବାଳକଙ୍କ ପ୍ରେମରେ ପଡିଥିଲେ। ପରେ ନାବାଳକ ନାବାଳିକାଙ୍କୁ ଗୋଆ ଯାଇ ନେଇ ଆସିଥିଲା।ନାବାଳିକାଜଣଙ୍କ ଘରେ ବାହାନା କରି ପଞ୍ଜାବରୁ ଗୋଆ ଚାଲି ଆସିଥିଲେ।

ଆଜି ପୁଅର ପରିବାର ପକ୍ଷରୁ ନାବାଳିକାକୁ ବହୂ କରିବାକୁ ଉଭୟଙ୍କ ବିବାହ ପାଇଁ ଚଣ୍ଡୀ ମନ୍ଦିରରେ ରୀତିନୀତି ଆରମ୍ଭ ହୋଇଯାଇଥିଲା। କିନ୍ତୁ ଖବର ପାଇ ସିଡବ୍ଲୁସି ଆସି ବିବାହ ବନ୍ଦ କରିଥିଲା। ଆସନ୍ତା କାଲି ନାବାଳିକାଙ୍କୁ ତା ପରିବାର ଲୋକଙ୍କୁ ଫେରାଇ ଦିଆଯିବ। ଏଥିପାଇଁ ପଂଜାବର ଚାଇଲ୍ଡ ଲାଇନ ସହ ଯୋଗାଯୋଗ କରାଯିବା ସହ ବର ସାଜିଥିବା ନାବାଳକର ବୟସ ପ୍ରମାଣ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.