AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

CVC ରିପୋର୍ଟ: ୨୦୨୧ରେ ସବୁଠୁ ଅଧିକ ଦୁର୍ନୀତି ଅଭିଯୋଗ ଗୃହ ମନ୍ତ୍ରଣାଳୟ ବିରୋଧରେ, ରେଲଓ୍ଵେ-ବ୍ୟାଙ୍କ ବି ସାମିଲ୍

24/08/2022 at 11:36 PM

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରେଲଓ୍ଵେ ଏବଂ ବ୍ୟାଙ୍କକୁ ଗତ ବର୍ଷ ନିଜ କର୍ମଚାରୀଙ୍କ ବିରୋଧରେ ସବୁଠୁ ଅଧିକ ଦୁର୍ନୀତି ଅଭିଯୋଗ ଆସିଛି। କେନ୍ଦ୍ରୀୟ ସତର୍କତା ଆୟୋଗ(ସିଭିସି)ର ସଦ୍ୟତମ ବାର୍ଷିକ ରିପୋର୍ଟରୁ ଏହାର ଖୁଲାସା ହୋଇଛି। ବୁଧବାର ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇଛି। ସମସ୍ତ ଶ୍ରେଣୀର ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ମୋଟ୍ ୧,୦୯,୨୧୪ ଅଭିଯୋଗ ଆସିଛି। ସେଥିରେ ସବୁଠୁ ଅଧିକ ୩୭,୬୭୦ ଅଭିଯୋଗ ଗୃହ ମନ୍ତ୍ରଣାଳୟ ବିରୋଧରେ, ୧୧୦୦୩ ରେଲଓ୍ଵେ ବିରୋଧରେ ଏବଂ ୬୩୩୦ ବ୍ୟାଙ୍କ ବିରୋଧରେ ରହିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଗୃହ ମନ୍ତ୍ରଣାଳୟ ବିରୋଧରେ ମୋଟ୍ ଅଭିଯୋଗରୁ ୧୫,୨୬୭ କେସ୍‌ର ସମାଧାନ କରାଯାଇଛି। ତିନି ମାସରୁ ଅଧିକ ସମୟରୁ ୧୯,୧୧୮ ସହିତ ୨୨,୪୦୩ କେସ୍ ପଡି ରହିଛି।

ସିଭିସି ପକ୍ଷରୁ ସଂସ୍ଥା ଗୁଡିକ ପାଇଁ ପ୍ରତିଟି ଅଭିଯୋଗର ଯାଞ୍ଚ କରିବା ଏବଂ ଏହାକୁ ତାର୍କିକ ନିଷ୍କର୍ସରେ ପହଞ୍ଚାଇବା ପାଇଁ ତିନି ମାସର ସମୟ ସୀମା ନିର୍ଦ୍ଧାରିତ କରାଯାଇଛି। ନିକଟରେ ସଂପନ୍ନ ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପିତ ରିପୋର୍ଟ ଅନୁଯାୟୀ, ରେଲଓ୍ଵେ ୧୦,୬୬୨ ଅଭିଯୋଗ(୩୪୧ ବିଚାରଧୀନ)ର ସମାଧାନ କରିଛି। ସେହିପରି ବ୍ୟାଙ୍କ ୫,୮୮୭ ଅଭିଯୋଗର ସମାଧାନ କରିଛି। ଏଥିରେ ୪୪୩ ଅଭିଯୋଗ ତିନି ମାସରୁ ଅଧିକ ସମୟ ଧରି ବିଚାରଧୀନ ଥିଲା। ବିଭିନ୍ନ ସରକାରୀ ସଂଗଠନ ସହିତ କାମ କରୁଥିବା ସବୁ ଶ୍ରେଣୀର କର୍ମଚାରୀ ଏବଂ ଅଧିକାରୀଙ୍କ ବିରୋଧରେ ୨୦୨୧ରେ ୧,୦୯,୨୧୪ ଅଭିଯୋଗ ମିଳିଥିଲା। ଏଥିରୁ ୭୯,୩୦୫ ଅଭିଯୋଗର ସମାଧାନ କରାଯାଇଥିବା ବେଳେ ୨୯,୯୦୯ କେସ୍ ବିଚାରଧୀନ ରହିଛି।

ରିପୋର୍ଟ ଅନୁଯାୟୀ, ବେସାମରିକ ବିମାନ ଚଳାଚଳ କର୍ମଚାରୀଙ୍କ ବିରୋଧରେ ୪୧୦୧(୪,୦୨୨ ମାମଲାର ସମାଧାନ), ପେଟ୍ରୋଲିୟମ କ୍ଷେତ୍ରରେ ୨୬୯୧ ରୁ ୨୩୭୫ ମାମଲାର ସମାଧାନ, ପ୍ରତିରକ୍ଷା କର୍ମଚାରୀଙ୍କ ବିରୋଧରେ ଆସିଥିବା ୨୨୧୬ ମାମଲାରୁ ୨୧୪୪ ମାମଲାର ସମାଧାନ, କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି)ର କର୍ମଚାରୀଙ୍କ ବିରୋଧରେ ଥିବା ୨୦୧୯ ଅଭିଯୋଗରୁ ୯୮୯ ସମାଧାନ କରାଯାଇଛି। ମାନବ ସମ୍ବଳ ବିକାଶ ବିରୋଧରେ ୧୬୭୨ ମାମଲାରୁ ୧୫୧୩ ସମାଧାନ, ଅର୍ଥ ମନ୍ତ୍ରଣାଳୟ ବିରୋଧରେ ୧୫୫୬ ମାମଲା ଆସିଥିଲା। ସେଥିରୁ ୧୩୬୫ ମାମଲାର ସମାଧାନ କରାଯାଇଛି।

   Related Posts