ଗତିରାଉତ ପାଟଣା ଧନେଶ୍ୱର ମୃତ୍ୟୁ ମାମଲା, ଘଟଣା ଉପରେ ପରଦା ପକାଇବାକୁ ପୋଲିସ କରୁଛି ଚେଷ୍ଟା- ପରିବାର
20/12/2022 at 3:07 PM

କଟକ ୨୦।୧୨ : କଟକ ଗତିରାଉତ ପାଟଣା ଧନେଶ୍ୱର ବେହେରାଙ୍କ ମୃତ୍ୟୁ ରହସ୍ୟ । ଘଟଣା ଉପରେ ପରଦା ପକାଇବାକୁ ଚେଷ୍ଟା କରୁଛି ବଲାଙ୍ଗୀର ପାଟଣାଗଡ଼ ଥାନା ପୋଲିସ । ଏପରି ଅଭିଯୋଗ କରି ମୃତ ଧନେଶ୍ୱରଙ୍କ ପରିବାର ଲୋକେ କିଛି ସାମାଜିକ ଅନୁଷ୍ଠାନ ସହ ମିଶି ପୋଲିସ ଡିଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ପରିଵାରର ସୂଚନା ଅନୁସାରେ, ଧନେଶ୍ୱର ଗତ ମେ ମାସ ୭ ତାରିଖରେ ଵଲାଙ୍ଗିର ପାଟଣାଗଡରେ ଚାକିରୀ କରୁଥିଵା ତାଙ୍କ ସ୍ତ୍ରୀ ଙ୍କ ପାଖକୁ ଯାଇଥିଲେ। ହଠାତ ୨୦ତାରିଖରେ ଧନେଶ୍ବରଙ୍କ ଘରକୁ ଫୋନ୍ ଯୋଗେ କେହି ଜଣେ ସୂଚନା ଦେଲେ ଯେ ଧନେଶ୍ବର ଗୁରୁତର ଅବସ୍ଥାରେ ମେଡିକାଲରେ ଆଡମିଟ ହୋଇଛନ୍ତି। ପରିଵାର ଲୋକେ ପାଟଣାଗଡ ପହଞ୍ଚି ପୁଅର ମୃତଦେହ ଶଵ ଵ୍ୟଵଚ୍ଛେଦ ଘର ବାରଣ୍ଡାରେ ପଡିଥିଲା। ଦେହରେ ଅନେକ ଯାଗାରେ କ୍ଷତ ଥିଵାରୁ ପରିଵାର ଲୋକେ ପାଟଣାଗଡ ଥାନାରେ ଏତଲା ଦେଇଥିଲେ। ମାତ୍ର ଥାନା କର୍ତ୍ତୃପକ୍ଷ ଏତଲା ରଖିନଥିଲେ। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ହତ୍ୟା ମାମଲା ରୁଜୁ କରି ଚୁପ ଵସିଛି। ପରିଵାର ଲୋକେ ଘଟଣାର ତଦନ୍ତ ଵାଵଦରେ ଵୁଝିଵାକୁ ଗଲେ ପାଟଣାଗଡ ପୋଲିସ ସହଯୋଗ କରୁନି । ଏହାବ୍ୟତୀତ ଘଟଣାକୁ ଘଣ୍ଟ ଘୋଡାଇଵା ପାଇଁ ଚେଷ୍ଟା କରୁଛି ଵୋଲି ମୃତ ଧନେଶ୍ବରଙ୍କ ଵାପା ଅଭିଯୋଗ କରିଛନ୍ତି।