କଟକ ଯୋବ୍ରା ଅଞ୍ଚଳରେ ଅଗ୍ନିକାଣ୍ଡ, ଦୁଇ ମହଲା ଘରେ ଲାଗିଛି ନିଆଁ
12/03/2023 at 11:08 AM

କଟକ ୧୨।୦୩ : କଟକ ଯୋବ୍ରା ୪୧ ନମ୍ବର ଓ୍ୱାର୍ଡ ନୂଆ ସାହିରେ ଅଗ୍ନିକାଣ୍ଡ । ଦୁଇ ମହଲା ବିଶିଷ୍ଠ ଘରେ ଲାଗିଛି ନିଆଁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରଖିଛି ।
ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ କଟକ ଯୋବ୍ରାର ୪୧ ନମ୍ବର ଓ୍ୱାର୍ଡ ନୂଆ ସାହିରେ ଥିବା ସ୍ୱର୍ଗତ ଦିବାକର ମହାନ୍ତିଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି । ତେବେ ସର୍ଟ ସର୍କିଟ ଲାଗି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।
Related Posts
ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
22 March 2023