କଟକ : ହକି ବିଶ୍ବ କପ ର ଉଦଘାଟନୀ ଉତ୍ସବ ପାଇଁ କଟକ ରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ସବ ଦିନ ବାରବାଟୀ ଷ୍ଟାଡିୟମ ବାହାରେ ଓ ଭିତରେ ୫୦ଶ ପ୍ଲାଟୁନ ପୋଲିସ ସହ ମୁତୟନ ହେବେ ୨୦୦ ଅଫିସର। ସେପଟେ ଏହି ଉତ୍ସବକୁ ସ୍କୁଲସ୍ତରରେ ପାଳନ କରିବା ପାଇଁ ବିଭିନ୍ନ ଘରୋଇ ଓ ସରକାରୀ ସ୍କୁଲର ଅଧିକାରୀ ମାନଙ୍କ ସହ ପ୍ରସ୍ତୁତି ବୈଠକ କରିଛନ୍ତି ମେୟର ଓ କମିସନର।
ଦିନ ଯେତି କି ପାଖଉଛି ହକି ବିଶ୍ୱକପ ଉଦଘାଟନୀ ଉତ୍ସବ କୁ ନେଇ ଉଷ୍ମତା ସେତିକି ବଢୁଛି। ଆସନ୍ତା ୧୧ ତାରିଖ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହେବାକୁ ଥିବା ହକି ବିଶ୍ୱକପ ଉତ୍ସବ ପାଇଁ କମିଶନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ସବ ଦିନ ଷ୍ଟାଡିୟମ ବାହାରେ ଓ ଭିତରେ ୫୦ ପ୍ଲାଟୁନ ପୋଲିସ ସହ ମୁତୟନ ହେବେ ଦୁଇ ଶହ ଅଫିସର। ସେହିଭଳି ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ଭିତରକୁ ଦର୍ଶକ ମାନେ ଖାଦ୍ୟ ପଦାର୍ଥ,ପାଣି ବୋତଲ ନେଇ ପାରିବେନି ଦର୍ଶକ।ଷ୍ଟାଡିୟମ ଭିତରେ ଦର୍ଶକ ଖାଦ୍ୟ ଓ ପାଣି ର ବ୍ୟବସ୍ଥା କରାଯାଇଛି।ଉତ୍ସବ ଦିନ ସାଧାରଣ ଦର୍ଶକ ପାଇଁ ଦିନ ଦୁଇଟା ରୁ ଷ୍ଟାଡିୟମ ଖୋଲା ରହିବା।ତେବେ ଉତ୍ସବ ରେ ବହୁ ଲୋକ ସମାଗମ ହେବାକୁ ଥିବାରୁ ସ୍ଵତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଡିସିପି।
ସେପଟେ ଏହି ଉଦଘାଟନୀ ଉତ୍ସବ ସହ ବିଶ୍ୱକପ ହକି ଟ୍ରଫି ଶୋଭାଯାତ୍ରା ରେ କିଭଳି ଘରୋଇ ଓ ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ସାମିଲ ହେବେ ସେ ନେଇ ମେୟର ଓ କମିଶନର ଏକ ପ୍ରସ୍ତୁତି ବୈଠକ କରିଛନ୍ତି। କଟକରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ହେଉଥିବାରୁ ସବୁ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ପ୍ରତିଯୋଗୀତା କରିବା ସହ ସମସ୍ତ ଛାତ୍ର ଛାତ୍ରୀଙ୍କୁ ସାମିଲ କରିବା ଉଦ୍ଦେଶ୍ୟ ବୋଲି କହିଛନ୍ତି ମେୟର। ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ସଜେଇ ହେଉଛି ବାରବାଟୀ ଷ୍ଟାଡିୟମ ବଲିଉଡ କଳାକାରଙ୍କ ଶୋରେ ରଙ୍ଗୀନ ହେବ ହକି ବିଶ୍ୱକପ ଉଦଘାଟନୀ ଉତ୍ସବର ସଂଧ୍ୟା।