ମହାନଦୀ ପଠା ପାଲଟିଛି ବିରଳ ଚଢେଇ ବାସସ୍ଥାନ, ଶୀତ ଆସିଲେ ଆସନ୍ତି ଇଣ୍ଡିଆନ ସ୍କିମରଙ୍କ ସହ ଵହୁ ଦେଶୀ-ଵିଦେଶୀ ପକ୍ଷୀ
11/12/2022 at 12:31 PM

କଟକ ୧୧।୧୨ : ପୃଥିଵୀରୁ ଵିଲୁପ୍ତ ପ୍ରାୟ ଵିରଳ ଚଢେଇଙ୍କର ଏଵେ ପସନ୍ଦର ଵାସସ୍ଥାନ ପାଲଟିଛି ମୁଣ୍ଡଳୀର ମହାନଦୀ ପଠା। ଵିଲୁପ୍ତ ପ୍ରାୟ ଇଣ୍ଡିଆନ ସ୍କିମର୍ ପ୍ରଜାତିର ଚଢେଇ ଏଵେ ମୁଣ୍ଡଳୀ ନିକଟ ମହାନଦୀ ପଠାକୁ ମାଇଗ୍ରେଟରୀ ଵାର୍ଡ ଭାବେ ଆସୁଛନ୍ତି। ଏହାସହ ଏହି ଵିରଳ ପ୍ରଜାତିର ଚଢେଇ ମହାନଦୀ ପଠାରେ ଅଣ୍ଡା ଦେଇ ଵଂଶ ଵିସ୍ତାର ମଧ୍ୟ କରୁଛନ୍ତି ।ଯାହା ଵିଦେଶର ପକ୍ଷୀ ଗଵେଷକ ମାନଙ୍କୁ ଆକର୍ଷିତ କରୁଛି।

କଟକର ମୁଣ୍ଡଳୀ ନିକଟ ମହାନଦୀ ପଠା ଏଵେ ନୂଆ ସମ୍ଭାବନା ସୃଷ୍ଟି କରିଛି। ନଦୀ ଵାଲିରେ ଅଣ୍ଡାରୁ ଵାହାରିଥିଵା ଏଇ ଛୋଟ ଛୋଟ ଚଢେଇ ଛୁଆ ଏଭଳି ନୂଆ ସମ୍ଭାଵନାର ଆଶା ସଞ୍ଚାର କରିଛନ୍ତି।ଏଇ ଛୋଟ ଛୋଟ ଚଢେଇ ଛୁଆ ହେଉଛନ୍ତି ଵିଲୁପ୍ତ ପ୍ରାୟ ଇଣ୍ଡିଆନ ସ୍କିମର ପ୍ରଜାତିର ଚଢେଇ। ଦେଶାନ୍ତର ଗମନ କରି ଏହି ଵିରଳ ଇଣ୍ଡିଆନ ସ୍କିମର୍ ଅଷ୍ଟ୍ରେଲିଆ ରୁ ଆସି ମୁଣ୍ଡଳୀ ନିକଟ ମହାନଦୀ ପଠାରେ ପହଞ୍ଚିଛନ୍ତି।ପ୍ରଥମେ ଛଅ ଵର୍ଷ ତଳେ ଇଣ୍ଡିଆନ ସ୍କିମର୍ ମୁଣ୍ଡଳୀ ନିକଟରେ ନଜରକୁ ଆସିଥିଲେ।ଏଵେ ଏହି ଵିରଳ ଇଣ୍ଡିଆନ ସ୍କିମରଙ୍କ ସଂରକ୍ଷଣ ପାଇଁ ଵନ ଵିଭାଗ ତତ୍ପରତା ପ୍ରକାଶ କରିଛି। ମୁଣ୍ଡଳୀର ଯୁଵକ ମାନସ ଵେହେରା ପ୍ରଥମେ ମୁଣ୍ଡଳୀ ରେ ଇଣ୍ଡିଆନ ସ୍କିମରଙ୍କୁ ଠାଵ କରିଥିଲେ।ଏ ସମ୍ପର୍କରେ ସେ ଵନ ଵିଭାଗକୁ ଜଣାଇଵା ପରେ ଵିଭାଗ ତାଙ୍କୁ ଏହି ଵିରଳ ଚଢେଇର ସଂରକ୍ଷଣ ପାଇଁ ଠିକାରେ ନିଯୁକ୍ତି ଦେଇଛନ୍ତି।

ସେପଟେ ଶୀତ ଆସି ପହଞ୍ଚି ଗଲେ ଇଣ୍ଡିଆନ ସ୍କିମରଙ୍କ ସହ ଵହୁ ଦେଶୀ ଵିଦେଶୀ ପକ୍ଷୀଙ୍କ ସମାଗମ ହୁଏ ମୁଣ୍ଡଳୀରେ। ମୁଣ୍ଡଳୀରେ ରଙ୍ଗ ଵେରଙ୍ଗ ଚଢେଇ ଦେଖିଵା ପାଇଁ ଲୋକଙ୍କ ଭିଡ ମଧ୍ୟ ଜମିଥାଏ। ଇଂଲଣ୍ଡ, ଅଷ୍ଟ୍ରେଲିଆ ଆଦି ଦେଶର ଅନେକ ପକ୍ଷୀ ଗଵେଷକ ଏଵେ ମୁଣ୍ଡଳୀରେ ପହଞ୍ଚି ଇଣ୍ଡିଆନ ସ୍କିମର୍ ଙ୍କ ନୂଆ ଠିକଣା ସମ୍ପର୍କରେ ଅଧିକ ଗଵେଷଣା ଆରମ୍ଭ କରିଛନ୍ତି।