କଟକର ବଡ଼ ଫ୍ୟାନ୍‌: ଲାଇଟ୍‌ ଲଗାଇ, କେକ୍‌ କାଟି ପାଳନ କଲେ ବିଗ୍‌ ବିଙ୍କ ଜନ୍ମଦିନ

Published By : Prameya-News7 Bureau | October 11, 2023 IST

କଟକ: ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ୮୧ ତମ ଜନ୍ମଦିନ ପାଳନ କରୁଛନ୍ତି ତାଙ୍କର ଅଗଣିତ ଫ୍ୟାନ୍ସ। ଜନ୍ମଦିନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଦେଖିବାକୁ ମିଳିଛି। ଏହିଭଳି ଜଣେ ଫ୍ୟାନ୍ ହେଉଛନ୍ତି କଟକର ଧନେଶ୍ବର ସେଠୀ। ଧନେଶ୍ବର ସବୁ ବର୍ଷ ଭଳି ଏଥର ମଧ୍ୟ ପାଳନ କରିଛନ୍ତି ବିଗ୍‌ ବିଙ୍କ ଜନ୍ମଦିନ।

ସୂଚନାଯୋଗ୍ୟ, ଧନେଶ୍ଵର ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଧନେଶ୍ବର ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଗ୍ ବିଙ୍କ ଜନ୍ମଦିନକୁ ପରିବାର ଓ ଆଖପାଖ ଲୋକଙ୍କ ସହ ମିଶି ପାଳନ କରିଛନ୍ତି । ଖାଲି ସେତିକି ନୁହେଁ ଜନ୍ମଦିନ ପାଳନ ଅବସରରେ ସମଗ୍ର ଅଞ୍ଚଳକୁ ଆଲୋକ ମାଳା ଓ ବେଲୁନରେ ସଜାଇଛନ୍ତି। ଏହା ସହ ପରିବାର ଓ ସାଙ୍ଗ ସାଥିଙ୍କ ସହ ମିଶି କେକ୍ କାଟି ବିଗ୍ ବିଙ୍କ ଜନ୍ମଦିନ ପାଳନ କରିଛନ୍ତି। କେମିତି ଓ କାହିଁକି ଏଭଳି ନିଆରା ଢ଼ଙ୍ଗରେ ବିଗ୍ ବିଙ୍କ ଜନ୍ମଦିନ ପାଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରେଖା ନୁହଁନ୍ତି, ଏ ଥିଲେ ଅମିତାଭଙ୍କ ଫାଷ୍ଟ ଲଭ୍‌, ସମ୍ପର୍କ ଭାଙ୍ଗିବା ପରେ ଚାଲି ଆସିଥିଲେ ମୁମ୍ବାଇ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.