ଫିଜିଓ ଥେରାପି ସେଣ୍ଟରରେ ସ୍ବାସ୍ଥ୍ୟ ବିଭାଗର ରେଡ୍‌, ବେଆଇନ ଭାବେ ଚାଲିଥିଲା ଲିଙ୍ଗ ନିରୂପଣ

Published By : Prameya-News7 Bureau | September 13, 2023 IST

କଟକ ୧୩।୦୯ :  ଭଡା ଘରେ ଚାଲୁଥିଲା ବେଆଇନ ଲିଙ୍ଗ ନିରୂପଣ କାର୍ଯ୍ୟ । ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରି ଅନେକ ଆପତ୍ତିଜନକ ଔଷଧ, ଅଲଟ୍ରାସାଉଣ୍ଡ ମେସିନ ଆଦି ଜବତ କରିଛି ସ୍ୱାସ୍ଥ୍ୟ ବିଭାଗ । କିନ୍ତୁ ଏଭଳି ବେଆଇନ କାର୍ଯ୍ୟ ଚଳାଇଥିବା ଅଭିଯୁକ୍ତ ଭିକାରୀ ପରିଡା ଫେରାର ହୋଇଯାଇଛି । କଟକ ବାଦାମବାଡ଼ି ରକ୍ସି ଲେନ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ଖବର ଅନୁଯାୟୀ, ପ୍ରଥମେ ଏକ ଫିଜିଓଥେରାପି ସେଣ୍ଟରରେ ଚଢ଼ାଉ ହୋଇଥିଲା । ସେଠାରୁ କିଛି ନମିଳିବାରୁ ନିକଟରେ ଥିବା ଏକ ଘରୋଇ ନର୍ସିଙ୍ଗ ହୋମରେ ଚଢ଼ାଉ କରିଥିଲେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ । କିଛି ସୂଚନା ହସ୍ତଗତ ହେବା ପରେ ଅଭିଯୁକ୍ତ ଭିକାରୀ ପରିଡାର ବାସଭବନ ଉପରେ ହୋଇଥିଲା ଚଢ଼ାଉ । ପ୍ରାୟ ଅଢେଇ ଘଣ୍ଟାରେ ଖାନତାଳସି ପରେ ମିଳିଲା ଅନେକ ଆପତ୍ତିଜନକ ଔଷଧ. ଏବଂ ଲିଙ୍ଗ ନିରୂପଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଅଲଟ୍ରାସାଉଣ୍ଡ ମେସିନ। ଏ ସମସ୍ତ ଘଟଣା କଟକର ରକ୍ସି ଲେନ ଅଞ୍ଚଳରେ ଘଟିଛି । ବାଦାମବାଡ଼ି ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଥିବା ରକ୍ସି ଲେନରେ ଏଭଳି ବେଆଇନ କାମ ହେଉଥିବା ଭଳି ଘଟଣାକୁ ସ୍ଥାନୀୟ ଲୋକମାନେ ସହଜରେ ଗ୍ରହଣ କରିପାରିନାହାନ୍ତି ।

{"id":843889,"sizeSlug":"full","linkDestination":"none"}

ଅଭିଯୋଗ ହୋଇଛି ଯେ, ରକ୍ସି ଲେନର ନିକଟବର୍ତ୍ତୀ ଅଞ୍ଚଳ ମାନଙ୍କରେ ବେଆଇନ ଲିଙ୍ଗ ନିରୂପଣ ଏବଂ ଭୃଣ ହତ୍ୟା ଭଳି ସଂଗୀନ ଅପରାଧମାନ ହେଉଛି । ହେଲେ ସ୍ୱାସ୍ଥ୍ୟ ବିଭାଗ ଏନେଇ କୌଣସି ଠୋସ ପଦକ୍ଷେପ ନେଉନାହିଁ । ଆଜି ଜବତ ହୋଇଥିବା ଆପତ୍ତିଜନକ ଔଷଧ ଗୁଡିକୁ ପରୀକ୍ଷଣ ପାଇଁ ଲାବୋରଟାରିକୁ ପଠାଯିବ ଏବଂ ଫେରାର ଅଭୁଯୁକ୍ତ ଭିକାରୀ ପରିଡା ନାଁରେ ଏତଲା ଦେଇଛି  ସ୍ୱାସ୍ଥ୍ୟ ବିଭାଗ । ତେବେ କେବଳ ରକ୍ସି ଲେନ୍‌ ନୁହେଁ ବେଆଇନ ଲିଙ୍ଗ ନିରୂପଣ ଏବଂ ଭୃଣ ହତ୍ୟା ଅଭିଯୋଗରେ ଅରୁଣଦୟ ନଗରରେ ମଧ୍ୟ ଏକ ଘରୋଉ ହସ୍ପିଟାଲରେ ଚଢ଼ାଉ କରାଯାଇଛି ।

wp:embed {"url":"https://www.prameyanews7.com/time-the-rainfall-in-the-state-has-decreased-from-15-to-25/","type":"wp-embed","providerNameSlug":"prameya-news-7"}
https://www.prameyanews7.com/time-the-rainfall-in-the-state-has-decreased-from-15-to-25/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.