vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ମୋମୋ ଗେମ କବଜାରେ କଟକର ଯୁବକ

17/09/2018 at 7:14 PM

କଟକ ୧୭/୯ : କଟକରେ ଜଣେ ଯୁବକ ମୋମୋ ଖେଳ କବ୍ଜାରେ ପଡିଥିବା ସନ୍ଦେହ କରାଯାଉଛି | କଟକ ୪୨ ମଉଜା ଝାରକଟା ଗାଁର ସୁନିଲ ଦାସ ନାମକ ଜଣେ ଯୁବକ ମୋମୋ ଅନଲାଇନ୍ ଖେଳ କବ୍ଜାରେ ପଡି ନିଜ ହାତର ଶିରା କାଟିଦେଇଥିବା ଅଭିଯୋଗ ହୋଇଛି | ପିରବାର ଲୋକଙ୍କ କହିବା ଅନୁସାରେ ରାତିରେ ସୁନିଲ ସ୍ୱାଭାବିକ ଭାବେ ଖାଇ ଶୋଇବାକୁ ଯାଇଥିଲେ | ମାତ୍ର ପାହାନ୍ତାରୁ ତାଙ୍କର ହାତ ଶିରା କଟି ରକ୍ତଶ୍ରାବ ହେଉଥିବା ପରିବାର ଲୋକେ ଦେଖିଥିଲେ | ପରିବାର ଲୋକେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ | ସୁନିଲ୍ଙ୍କ ବାପା ବସୁଦେବଙ୍କ କହିବା ଅନୁସାରେ ସୁନିଲ୍ ବରାବର ମୋବାଇଲ୍ ରେ ବିଭିନ୍ନ ପ୍ରକାର ଖେଳ ଖେଳିବାରେ ଅଧିକ ସମୟ ବିତାନ୍ତି | ଏ ସମ୍ପର୍କରେ ପରିବାର ଲୋକେ ବାରଣ କରିଥିଲେ ମଧ୍ୟ ସୁନିଲ୍ ଶୁଣିନଥିଲେ | ତେବେ ଏହି ଘଟଣା ପରେ ସୁନିଲ୍ ମୋମୋ ଗେମ୍ ଖେଳି ହାତ କାଟିଥିବା ପରିବାର ଲୋକ ଓ ଡାକ୍ତରଙ୍କ ଆଗରେ ସ୍ୱୀକାର କରିଥିବା ତାଙ୍କ ବାପା କହିଛନ୍ତି | ତେବେ ଘଟଣାର ଅଧିକ ତଦନ୍ତ ପରେ ସୁନିଲ୍ ହାତ କାଟିବାର ପ୍ରକୃତ ରହସ୍ୟ ଜଣାପଡିବ | ସୁନିଲ୍ ଏବେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି |

   Related Posts