LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିନା ହେଲ୍‌ମେଟ୍‌ରେ ବୁଲୁଥିଲେ, ମାଡିବସିଲା ପୋଲିସ, ଫାଇନ୍‌ ଦେଖି କହିଲେ ଗାଡି ଥାଉ…

28/03/2023 at 1:28 PM

କଟକ ୨୮।୦୩ : ଗାଡି ଦେଲେ ତ ଭଲ କଥା । ନହେଲେ ଆଉ କିଛି ଟଙ୍କା ମିଶାଇ ନୂଆ ଗାଡିଟେ କିଣିବେ । ମୁଁ ଗାଡିଟେ ୬ ହଜାର ଟଙ୍କାରେ କିଣିଛି । ଏମାନେ ଗାଡି ଉପରେ ୨୫ ହଜାର  ଟଙ୍କାର ଫାଇନ୍‌ ଲଗାଇଛନ୍ତି । ମୁଁ ଏତେ ଟଙ୍କା ଦେବି କୁଆଡୁ । ତାଠୁ ଭଲ ହେବ ମୁଁ ସେହି ୨୫ ହଜାର ଟଙ୍କାରେ ଆଉ ୧୦ ହଜାର ମିଶାଇ ନୂଆ ଗାଡିଟେ ଆଣିଦେବି । କଟକରେ ଚେକିଂ ବେଳେ ଧରାପଡିଥିବା ଜଣେ ଯୁବକ ଏପରି କହିଛନ୍ତି ।

ଖବର ଅନୁଯାୟୀ,  ମଙ୍ଗଳବାରଠୁ ପରିବହନ ବିଭାଗର ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି । ଖାସ୍‌ କରି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଗାଡି ଡ୍ରାଇଭ ଉପରେ କଟକଣାକୁ କଡ଼ାକଡ଼ି କରିଛି ପରିବହନ ବିଭାଗ । ଏହିକ୍ରମରେ ମଙ୍ଗଳବାର ଦିନ କଟକ ଚଣ୍ଡୀ ଛକରେ RTO ପକ୍ଷରୁ କଡାକଡି ଚେକିଂ ହେଉଥିଲା । ଏହା ସମୟରେ ଓଡିଆ ବଜାରରେ ଜଣେ ଯୁବକ, ସେ ଏକ ଗ୍ୟାରେଜ୍‌ରେ କାମ କରନ୍ତି ।   ସକାଳ ସମୟରେ ସ୍କୁଟି ନେଇ ବକ୍ସି ବଜାରକୁ କୌଣସି କାମରେ ଯାଉଥିଲେ । ଏହି ସମୟରେ ଚଣ୍ଡି ଛକରେ ଚେକିଂ କରୁଥିବା ପୋଲିସମାନେ ତାଙ୍କୁ ଧରିଥିଲେ । ଗାଡିରେ ପୁରୁଣ ନମ୍ବର ପ୍ଲେଟ ଏବଂ ମୁଣ୍ଡ ହେଲ୍‌ମଟ୍‌ ନଥିବାରୁ ଜରିମାନା ଲଗାଯାଇଥିଲା ।ଯୁବକଙ୍କୁ ୨୫ ହଜାର ଟଙ୍କା ଫାଇନ୍‌ ଲଗାଇଛି ବିଭାଗ ।

ସେପଟେ ଫାଇନ୍‌ ଲାଗିବା ପରେ ପ୍ରତିକ୍ରିୟା ରଖିଛନ୍ତି ଯୁବକ । ସେ କହିଛନ୍ତି ଯେ, ମୁଁ ଏହି ସ୍କୁଟିଟିକୁ ମୋର ଜଣେ ଚିହ୍ନା ଲୋକଙ୍କ ଠାରୁ ୬ ହଜାର ଟଙ୍କାରରେ କିଣିଛି । ଆଉ ଏବେ ମୋ ଗାଡିରେ ଫାଇନ୍‌ ଲାଗିଛି ୨୫ ହଜାର ଟଙ୍କା । କିନ୍ତୁ ଏତେ ପଇସା ମୁଁ ଆଣିବି କେଉଁଠି । ତା ବଦଳରେ ଭଲ ହେବ କି ମୁଁ ଫାଇନ୍‌ ଦେବାକୁ ଥିବା ୨୫ ହଜାର ଟଙ୍କାରେ ଆଉ ୧୦ ହଜାର ଟଙ୍କା ମିଶାଇ ନୂଆ ଗାଡି ଆଣିବି । ମୋର ସମର୍ଥ ନାହିଁ  ଏତେ ପଇସା ଦେବାକୁ । ତାଠୁ ଭଲ ହେବ ମୁଁ ଗାଡିକୁ ଏଇଠି ଛାଡିକି ପଳେଇବି ।

ସେହିପରି ହେଲ୍‌ମେଟ୍‌ ଚେକିଂ ନେଇ ଯୁବକ ଜଣଙ୍କ କହିଛନ୍ତି ଯେ, ଗାଡିରେ ହେଲ୍‌ମେଟ୍‌ ଚେକିଂ ହେଉ, କିନ୍ତୁ ଗଳିକନ୍ଦି ଭିତରେ ଟିକିଏ କୋହଳ କରାଯାଉଛି । ଖାସ୍‌ କରି ଗାଡି ଗ୍ୟାରେଜ୍‌ରେ କାମ କରୁଥିବା ଯୁବକମାନଙ୍କ ପ୍ରତି ।

   Related Posts