କଟକରେ ବିପର୍ଯ୍ୟସ୍ତ ଟ୍ରାଫିକ ସେବା ; ଆମ୍ବୁଲାନ୍ସ ବି ଅଟକି ରହୁଛି ଘଣ୍ଟା ଘଣ୍ଟା

Published By : Prameya-News7 Bureau | August 22, 2018 IST

କଟକ ୨୨/୮ : କଟକରେ ସହରରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଟ୍ରାଫିକ୍ ସେବା | କେଉଁଠି ଜବର ଦଖଲକାରୀଙ୍କ କବଜାରେ ରାସ୍ତା ତ ଆଉ କେଉଁଠି ବସ୍ ରେ ଦାଦାଗିରି | ଯେଉଁଥିପାଇଁ ସହରରେ ଯାତାୟାତରେ ଅସୁବିଧା ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି | ବିଶେଷକରି କଟକର ମୁଖ୍ୟ କୁହାଯାଉଥିବା ବାଦାମବାଡିରୁ ଲିଙ୍କରୋଡ୍ ରେ ଚାଲିଛି ବସ୍ଗୁଡିକଙ୍କର ରାଜୁତି | ଯେଁଉଥିପାଇଁ କଟକ ସହରରେ ଦିନକ ଦିନ ଯାତାୟତ କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି କଟକବାସୀ | ତେବେ ସହରରେ ଏଭିକ୍ସନ,ଆଓ୍ବାର ନେସ ଓ ଇଞିନିୟରିଂ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର | କଟକ ସହର ପାଲଟିଛି ଅସଜଡା ଟ୍ରାଫିକ୍ର ଗନ୍ତାଘର | ଏକଥା ଆମେ ଏଥିପାଇଁ କହୁଛୁ ବାଇକ୍ କଥା ଛାଡନ୍ତୁ ସାଧାରଣରେ ଚାଲିକି ଯିବା ହେଇଯାଉଛି ଏବେ କଷ୍ଟ କର | କାରଣ କଟକ ସହର ରାସ୍ତା କେତେବେଳେ ଜବର ଦଖଲ କାରୀଙ୍କ କବଜାରେ ତ କେତେବେଳେ ଓ ରାସ୍ତା ମଝିରେ ଗାଡି ରଖିବା ଫଳରେ ବିଗୁଡୁଛି ଟ୍ରାଫିକ୍ ସମସ୍ୟା | ବାଦାମବାଡି ଲିଙ୍କରୋଡ୍ ରାସ୍ତାରେ ଯିଏ ଥରେ ଯାତାୟାତ କରିବ ଦ୍ବିତୀୟ ଥର ସେଇ ରାସ୍ତାରେ ଯିବା ପାଇଁ ରାଜି ହେବ ନାହିଁ | ଯାହାର ମୁଖ୍ୟ କାରଣ ହେଉଛି ଏହି ବେଆଇନ ବସ୍ ପାର୍କିଂ | ଏଭଳି କି ଆମ୍ବୁଲାନ୍ସ ଯିବା ସମୟରେ ଦିର୍ଘ ସମୟ ଧିର ଫସି ରହୁଛନ୍ତି ରୋଗୀ | ପ୍ରତ୍ୟେକ ଦିନ ବାଦାମବାଡି ବସ ଷ୍ଟାଣ୍ଡକୁ ଆସୁଛି ପ୍ରାୟ ୧୨ ଶହରୁ ଊର୍ଦ୍ଧ୍ବ ବସ | ହେଲେ ଏହି ବସ୍ ପାର୍କିଂ ସବୁ ରାସ୍ତା ମଝିରେ ହେଉଥିବାରୁ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ସାଧାରଣ ଯାତ୍ରୀ | ହେଲେ ନା ଶୁଣୁଛନ୍ତି ଟ୍ରାଫିକ୍ ପୁଲିସ ନା ବସ୍ ମାଲିକ | ତେବେ ସହରରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ଉଚ୍ଛେଦ ଯାରି ରହିଛି,ହେଲେ ସହରରେ ଏଭିକ୍ସନ,ଆଓ୍ବାର ନେସ ଓ ଇଞିନିୟରିଂ ବ୍ୟବସ୍ଥାରେ ସୁଧାର ଆଣି ଅସଜଡା ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.