ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | August 27, 2018 IST

ଭୁବନେଶ୍ବର ୨୭/୮: ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ‘ବିଜୁ ଯୁବ ବାହିନୀର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ହିରୋ’ ଅଭିଯାନ ଆରମ୍ଭ କରିବେ । ଅନ୍ୟପଟେ ‘ବିଜୁ ଯୁବ ବାହିନୀ’ର ସ୍ୱତନ୍ତ୍ର କାର୍ଯ୍ୟାଳୟର ଶୁଭାରମ୍ଭ ଅବସରରେ ‘ମୁଁ ହିରୋ ରଥ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରଥ ଆସନ୍ତା ୨ମାସ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳ ବୁଲିବ । ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପରିବେଶ, ନାରୀ ସଶକ୍ତିକରଣ, ପ୍ରାକୃତିକ ବିପଯ୍ୟୟ, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜିବା ଏହି ଅଭିଯାନର ଲକ୍ଷ୍ୟ । ଏହା ସହିତ କଟକ ଗସ୍ତରେ ମୁଖ୍ୟମନ୍ତ୍ରୀ ୭କୋଟି ଟଙ୍କା ବ୍ୟୟରେ ନିର୍ମିତ କଟକ ଡିସିପିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ କରିବେ। ଏହି କୋଠାରେ ମୁଖ୍ୟତଃ ଜୁଭେନାଇଲ୍ ପୁଲିସ ୟୁନିଟ୍ ଓ ଇନଭେଷ୍ଟିଗେଟିଂ ୟୁନିଟସ୍ ଫର୍ କ୍ରାଇମ୍ ଏଗେନେଷ୍ଟ ଓମେନ୍ ଭଳି ଦୁଇଟି ନୂତନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଖୋଲିବା ଯୋଜନା ରହିଛି। ୭ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟାଳୟ ନିର୍ମାଣ ହୋଇଛି । ୨ ମହଲା ବିଶିଷ୍ଟ ଏହି ନୂତନ କାର୍ଯ୍ୟାଳୟର ପ୍ରଥମ ମହଲାରେ ଡିସିପି ଅଫିସ ସହିତ ପୋଲିସ କମିଶନରଙ୍କ କ୍ୟାମ୍ପ ଅଫିସ ମଧ୍ୟ ରହିଛି । ନୂତନ ଅଫିସରେ ସହରରେ ଲାଗିବାକୁ ଥିବା ସିସିଟିଭି କ୍ୟାମେରାର କଣ୍ଟ୍ରୋଲ ରୁମ ସହ ଲାଇସେନ୍ସ ସେଲ, ଅଭିଯୋଗ ପ୍ରକୋଷ୍ଠ , ପାର୍ସପୋର୍ଟ କାର୍ଯ୍ୟାଳୟ ଏବଂ ବିଭିନ୍ନ ଏସିପିଙ୍କ କାର୍ଯ୍ୟାଳୟର ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.