କଟକ ଏସ୍ ସି ବିରୁ ଯୁବକଙ୍କ ରକ୍ତ ଯୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 11, 2018 IST

କଟକ ୧୧/ ୮ :- ଆଜି ମେଡିକାଲ କଲେଜ୍ ର ଯକ୍ଷ୍ମା ବିଭାଗର ନିର୍ମାଣାଧିନ କୋଠାରୁ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକ ହେଲେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ରଘୁନାଥପୁର ଗାଁର ଧନଞ୍ଜୟ ତରାଇ। । ଧନଞ୍ଜୟ ଗତ ତିନି ଦିନ ତଳେ ବଡ ମେଡିକାଲର ଯକ୍ଷ୍ମା ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଯକ୍ଷ୍ମା ବିଭାଗ ନିକଟରେ ଥିବା ଏକ ନିର୍ମାଣାଧିନ କୋଠା ଭିତରୁ ମିଳିଥିଲା । ପରେ ପରିବାର ଲୋକେ ଆସି ମୃତ ଦେହ ଚିହ୍ନଟ କରିଥିଲେ। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ୍ ସନ୍ଦେହ କରୁଛି। ଯୁବକ ଜଣକ ନିଜ ବାଁ ହାତର ଶିରା ଓ ଗଳା କାଟି ଆତ୍ମହତ୍ୟା କରିଥିବା ପୋଲିସ୍ ସନ୍ଦେହ କରୁଛି। ମୃତଦେହ ନିକଟରୁ ପୋଲିସ୍ ଏକ ଛୁରୀ ଜବତ୍ କରିଛି। ତେବେ ଧନଞ୍ଜୟ କାହିଁକି ଆତ୍ମହତ୍ୟା କଲେ ଓ ଏହା ପଛରେ ପ୍ରକୃତ ରହସ୍ୟ କଣ ସେ ନେଇ ପୋଲିସ୍ ଛାନଭିନ୍ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.