୨୦୨୦ ଡିସେମ୍ବର ଶେଷ ସୁଦ୍ଧା ଜାଇକା ଯନ୍ତ୍ରଣାରୁ ମୁକ୍ତି ପାଇବେ କଟକ ବାସିନ୍ଦା!

Published By : Prameya-News7 Bureau | August 05, 2019 IST

କଟକ ୫/୮: ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ଜାଇକା ଯନ୍ତ୍ରଣାରୁ ମୁକ୍ତି ପାଇବେ କଟକ ବାସିନ୍ଦା। କଟକିଆଙ୍କୁ କିଛି ଏହିଭଳି ଆଶ୍ବାସନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ମନ୍ତ୍ରୀଙ୍କ ଏଭଳି ଦୃଢୋକ୍ତରେ କେତେଦମ୍‌ ଅଛି ତାହା କାହାକୁ ଜଣାନାହିଁ। କାରଣ ପୂର୍ବରୁ ଏମିତି ଅନେକ ବାର ପ୍ରତିଶୃତି ମିଳିଛି. ହେଲେ ଜାଇକା ପ୍ରକଳ୍ପକୁ ନେଇ ଏବେବି ସନ୍ଦିହାନ ଅବସ୍ଥାରେ ଅଛନ୍ତି ସହରବାସୀ। ଅନେକଙ୍କର ମତ ହେଲା ସମନ୍ବୟର ଅଭାବ କାରଣରୁ ପ୍ରକଳ୍ପ ଶେଷ ହେବାର ନାଁ ନେଉନାହିଁ। ଆଉ କିଛି କଟକିଆଙ୍କ ମତରେ ଏହି ବୃହତ ପ୍ରକଳ୍ପ ସମ୍ପୃର୍ଣ୍ଣ କାର୍ଯ୍ୟକ୍ଷମ ହେବାପାଇଁ ଅତିକମରେ ୩ ବର୍ଷ ସମୟ ଲାଗିବ.।

{"id":141095}

ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କର ଏଭଳି ପ୍ରତିଶୃତି ହୁଏତ ସେମାନଙ୍କୁ ଆଶ୍ବାସନା ଦେବ ଯେଉଁମାନେ ରାଜନୈତିକ ପ୍ରତିଶୃତିକୁ ବେଦର ଗାର ବୋଲି ମାନି ନିଅନ୍ତି। କିନ୍ତୁ ବର୍ଷବର୍ଷ ଧରି ଜାଇକା ଯନ୍ତ୍ରଣାରେ ଛଟପଟ ହେଉଥିବା କଟକିଆମାନେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି. କାହିଁକିନା ପୂର୍ବରୁ ଏଭଳି ଅନେକ ପ୍ରତିଶୃତି ମିଳିଛି, ଯାହା କେବେବି କାର୍ଯ୍ୟକାରୀ ହୋଇନାହିଁ। ତେବେ ବର୍ତ୍ତମାନ  ସହର ଭିତରେ ଚାଲିଥିବା ନିର୍ମାଣ କାମକୁ ଯେଉଁମାନେ ଅତି ନିକଟରୁ ଦେଖୁଛନ୍ତି , ସେମାନଙ୍କର ମତ ହେଲା ଏହି ବୃହତ ପ୍ରକଳ୍ପର ନିର୍ମାଣ ଶେଷ ହେବାଲାଗି ଅତିକମରେ ଆହୁରି ୩ ବର୍ଷ ସମୟ ଲାଗିବ।.

{"id":141096}

ଏବେ ଆସିବା ମୂଳ ପ୍ରସଙ୍ଗକୁ । ନବୀନ ପଟ୍ଟନାୟକ ସରକାରଙ୍କ ୨ୟ ପାଳିରେ ,କଟକ ସହରର ସ୍ବରେଜ ଏବଂ ଡ୍ରେନେଜ ବ୍ୟବସ୍ଥାରେ ଆମୂଳଚୁଳ ସୁଧାର ଆଣିବାଲାଗି ପରିକଳ୍ପନା କରାଗଲା। ଜାପାନ ସରକାରଙ୍କ ସହାୟତାରେ ଜାଇକା ପ୍ରକଳ୍ପ କଟକରେ ଆରମ୍ଭ ହେବ ଏବଂ ସେଥିଲାଗି  ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା . ୨୦୧୭ ସୁଦ୍ଧା ନିର୍ମାଣ କାମ ଶେଷ କରିବାଲାଗି ଲକ୍ଷ୍ୟ ରଖାଯାଇଥିଲା, କିନ୍ତୁ ତାହା ହୋଇ ପାରିଲା ନାହିଁ, ବରଂ ୭୫୦ କୋଟି ଟଙ୍କାର ଏହି ପ୍ରକଳ୍ପ ଏବେ ୩ ହଜାର କୋଟି ଅତିକ୍ରମ କରିସାରିଲାଣି। ତେବେ ଗତ ୫ ବର୍ଷ ଭିତରେ ଜାଇକା ଲାଗି କଟକିଆ ମାନଙ୍କୁ ଅନେକ ଯନ୍ତ୍ରଣା ଭୋଗିବାକୁ ପଡିଛି. ଏବଂ ନିର୍ମାଣ କାମ ସରିନଥଇବା ହେତୁ ଆଗକୁ ହୁଏତ ଆହୁରି କିଛି ଭୋଗିବାକୁ ବାକି ରହିଛି.।

ଜାଇକା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଧାନସଭା ଗୃହ କମିଟି ତଦାରଖ କରିସାରିଛି। ନିର୍ମାଣ କାମ ବାବଦରେ ମନ୍ତ୍ରୀ ଏବଂ ସଚିବ ସ୍ତରରେ ମଧ୍ୟ ବାରଂବାର ସମୀକ୍ଷା ପରେ ସମୀକ୍ଷା ହୋଇ ସାରିଲାଣି। କିନ୍ତୁ ପ୍ରକଳ୍ପ କାମ ଯେଭଳି ଆଗେଇବା କଥା ସେଭଳି ବେଗରେ ଆଗଉନାହିଁ, ତେଣୁ କଟକିଆ ମାନେ କେବେ ଏହାର ସେବା ପାଇବେ  , ତାହା କହିବା ମୁସ୍କିଲ .।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.