ଅଡୁଆରେ ଆଶୀର୍ବାଦ; ଓସିଏର ନୂଆ ପରିଷଦ ଗଠନକୁ ନେଇ ବଢୁଛି ବିବାଦ

Published By : Prameya-News7 Bureau | September 23, 2018 IST

ହାତରୁ କ୍ଷମତା ଗଲା…ବନ୍ଧୁ ସାଜିଗଲେ ବଇରି…ଓଡିଶା କ୍ରିକେଟ୍ ଆସୋସିଏସନ୍ ବା ଓସିଏ ର ପୂର୍ବତନ ସମ୍ପାଦକ ତଥା ରାଜ୍ୟର ପ୍ରଭାବଶାଳୀ କ୍ରୀଡା ସଙ୍ଗଠନ ଆଶୀର୍ବାଦଙ୍କ କ୍ଷେତ୍ରରେ କିଛି ଏହିଭଳି ଘଟିଛି.. ଓଡିଶା କ୍ରିକେଟ୍ ଆସୋସିଏସନ୍ ବା ଓସିଏ ର ୩୬ ସଦସ୍ୟ ବିଶିଷ୍ଟ ପରିଷଦ ଗଠନ ବିବାଦକୁ ନେଇ ଏବେ ଆଶୀର୍ବାଦଙ୍କ ବିରୋଧରେ ତାଙ୍କରି ବନ୍ଧୁ ମାନେ ହିଁ  ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି…ଆଶୀର୍ବାଦ କ୍ଷମତାରେ ଥିବା ବେଳେ, ତାଙ୍କର ସବୁ ଭୁଲ୍ କୁ ଭଲ କହୁଥିବା ସେତେବେଳର ଓସିଏ କୋଷାଧ୍ୟକ୍ଷ ଏବେ ଆଶୀର୍ବାଦଙ୍କ ପ୍ରଚଣ୍ଡ ବିରୋଧି…ସେହପରି ଓସିଏରେ ଆଶୀର୍ବାଦଙ୍କ ଛାଇ ଭଳି ରହୁଥିବା ହକି ଓଡିଶା ସମ୍ପାଦକ ପ୍ରତାପ ଶତପଥି ମଧ୍ୟ ଆଶୀର୍ବାଦଙ୍କ ବିରୋଧି ଶିବିରରେ..ଆଶୀବାର୍ଦ ଓସିଏ ସମ୍ପାଦକ ଥିବା ବେଳେ ଯୁଗ୍ମ ସମ୍ପାଦକ ଥିବା ସଂଜୀବ ଦତ୍ତଙ୍କ ପାଇ ଆଶୀର୍ବାଦଙ୍କ କଥା ଥିଲା ବେଦର ଗାର..ମାତ୍ର ଆଜି ନୂଆ ଓସିଏ ପରିଷଦ ଗଠନକୁ ନେଇ ସଂଜୀବ୍ ଦତ୍ତ ବି ଆଶୀର୍ବାଦଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି..ଓସିଏ ର ପୂର୍ବତନ ଉପ-ସଭାପତି ତଡିତ୍ ରାଉତ୍ କିଛି ଦିନ ପର୍ଯ୍ୟନ୍ତ ଆଶୀର୍ବାଦଙ୍କ ଅତ୍ୟନ୍ତ ଖାସ୍ ଥିଲେ, ଆଜି କିନ୍ତୁ ଶତ୍ରୁ ପାଲିଟଯାଇଛନ୍ତି.. ସେପଟେ ସବୁ ଭୁଲ୍ ଠିକ୍ ରେ ଆଶୀର୍ବାଦଙ୍କ ପକ୍ଷରେ ଠିଆ ହେଉଥିବା ଲୋକ ମାନେ ଏବେ ଆଶୀର୍ବାଦଙ୍କଠାରୁ ମୁହଁ ମୋଡି ନେବା ପରେ ଆଶୀର୍ବାଦଙ୍କର ମୋହ ଭଙ୍ଗ ହୋଇଛି..ଅଭିମାନ ଭରା ଗଳାରେ ଆଶୀର୍ବାଦ କହିଛନ୍ତି ମୋ ପାଖରେ ଆଉ କ୍ଷମତା ନଥିବାରୁ ସେମାନେ ମୋ ଠୁ ଦୁରେଇ ଗଲେ..ଶିନବାର ରାତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଶୀର୍ବାଦ ଓସିଏ ର ନୂଆ ପପିଷଦ ଗଠନ ସମ୍ପର୍କରେ ସଫେଇ ଦେଇଛନ୍ତି..ଆଶୀର୍ବାଦ କହିଛନ୍ତି ସୁପ୍ରିମକୋର୍ଟ ଗାଇଡ୍ ଲାଇନ୍ ଅନୁସାରେ ନୂଆ ପରିଷଦ ଗଠନ ହୋଇଛି..ସେଥିରେ ତାଙ୍କର କୌଣସି ଭୂମିକା ନାହିଁ…ତା ସହ ଏକଥା ମଧ୍ୟ କହିଛନ୍ତି ଯେ, ବାଦ୍ ପଡିଥିବା କ୍ଲବ୍,ସ୍କୁଲ୍ ଓ କଲେଜ୍ ମାନେ ସାମିଲ୍ ହେବା ପାଇଁ ପୁଣି ଥରେ ଆବେଦନ କରି ପାରିବେ… ଓସିଏ ର ନୂଆ ପରିଷଦ ଗଠନରେ କେବଳ ୩୦ଟି ଜିଲ୍ଲା ଓ ଭୁବନେଶ୍ୱର ସମେତ ୬ଟି ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନକୁ ସାମଲ୍ କରାଯାଇଛି..ପୂର୍ବରୁ ପରିଷଦରେ ରହିଥିବା ଅଧିକାଂଶ ସ୍କୁଲ,କଲେଜ୍ ଓ କ୍ଲବ୍ ବାଦ୍ ପଡିଛନ୍ତି..ବାଦ୍ ପଡିଥିବା ସ୍କୁଲ୍,କଲେଜ୍ ଓ କ୍ଲବ୍ ଗୁଡିକ ଅଭିଯୋଗ କରିଛନ୍ତି ଯେ, ଓସିଏ ରୁ ସେମାନଙ୍କୁ ବାହାରେ ରଖିବା ପାଇଁ ଓ ନିଜର ଦବ୍‌ଦବା କାଏମ୍ ରଖିବା ପାଇଁ ଆଶୀର୍ବାଦ ଏଭଳି ଷଡଜନ୍ତ୍ର କରିଛନ୍ତି….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.